ମଦନପୁରକୁ ବ୍ଲକ୍ ଘୋଷଣା ଦାବି, ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ମଦନପୁରରାମପୁର ବ୍ଲକ ଅନ୍ତର୍ଗତ ମଦନପୁର କୁ ନୂତନ ବ୍ଲକ୍ ଘୋଷଣା ଦାବିରେ ଭବାନୀପାଟଣାରେ  ଏକ  ଶୋଭାଯାତ୍ରା ସହ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ ପ୍ରଦାନ କରାଯାଇଛି ।  ମଦନପୁର ଅଞ୍ଚଳ ରୁ ଶତାଧିକ ମହିଳା ପୁରୁଷ, ସ୍ଥାନୀୟ ଲୋକ ପ୍ରତିନିଧି ଭବାନୀପାଟଣାଆସି ସ୍ଥାନୀୟ  ଜେଲ୍ ଛକ ରୁ ଏକ ଶୋଭାଯାତ୍ରା ବାହାରି  ମଦନପୁରକୁ ଏକ ନୂତନ ବ୍ଲକ ଗଠନ ଦାବୀ ନେଇ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳ ଅଫିସରେ ପହଞ୍ଚି ଥିଲେ । ସ୍ଥାନୀୟ ବାସିନ୍ଦା ତଥା ନୂତନ ମଦନପୁର ପଂଚାୟତ ସମିତି ସଂଗ୍ରାମ ସମିତି  ଆନୁକୁଲ୍ୟରେ ଏହି ଦାବୀ କରାଯାଉଛି । ବର୍ତ୍ତମାନ ଏହି ପଞ୍ଚାୟତ ମଦନପୁରରାମପୁର ବ୍ଲକରେ ରହି ଆସିଥିବା ବେଳେ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅନ୍ତର୍ଗତ ୧୧ଗୋଟି ଗ୍ରାମ ପଂଚାୟତ କୁ ନେଇ ଏହି ପ୍ରସ୍ତାବିତ ନୂତନ ମଦନପୁର ପଞ୍ଚାୟତ ସମିତି ଗଠନ ପାଇଁ  ଦାବୀ ମୁଣ୍ଡ ଟେକିଛି । ଏ ସମ୍ପର୍କରେ  ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ସମେତ ଜିଲ୍ଲାପାଳ, ସାଂସଦ, ବିଧାୟକ , ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷା ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ଶୋଭାଯାତ୍ରା ଓ ବିକ୍ଷୋଭରେ ସୁରେଶ କୁମାର ପଧାନ୍ , ସଭାପତି,ନୂତନ ମଦନପୁର ପଞ୍ଚାୟତ ସମିତି ଗଠନ ସଂଗ୍ରାମ ସମିତି ସସ୍ମିତା ନାଗ, ଅଲାତରା ସରପଞ୍ଚ  ପ୍ରମ୍ମୁଖ ଯୋଗଦେଇଥିଲେ ।

Comments (0)
Add Comment