ମଦ’ର ଘରୋଇ ବିତରଣ ନିଷ୍ପତି ପ୍ରତ୍ୟାହାର ପାଇିଁ ଦାବି

ଯାଜପୁର : ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀ ଅତ୍ୟନ୍ତ ବିପଦଜନକ ସ୍ଥିତି ଦେଇ ଗତିକରୁଥିବା ବେଳେ ଓଡିଶା ସରକାରଙ୍କର ଅବକାରୀ ବିଭାଗର ପତ୍ର ସଂଖ୍ୟା ୨୩୧୦ ତାରିଖ ୧୨ମେ ୨୦୨୧ରେ ଲକ୍ ଡାଉନ ସମୟରେ ମଦକୁ ଘରେ ଘରେ ଯୋଗାଇ ଦେବା ପାଇଁ ଅବକାରୀ ବିଭାଗ ନେଇଥିବା ନିଷ୍ପତିକୁ ଘୋର ନିନ୍ଦା କରିବା ସହିତ ପ୍ରତ୍ୟାହାର କରିବା ଦାବିରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଯାଜପୁର ଜିଲ୍ଲା ସମ୍ପାଦକ ସମାଜସେବୀ ସତ୍ୟରଂଜନ କରଙ୍କ ନେତୃତ୍ୱରେ ବିିଭିନ୍ନ ସାମାଜିକ ସଂଗଠନ ତରଫରୁ ଗୋପବନ୍ଧୁ ରମାଦେବୀ ଆଶ୍ରମ ବରୀର ସେବିକା ସୀତାରାଣୀ ଦେଓ, ଗୀତଭବନ ସମ୍ପାଦିକା ସ୍ମିତା ସାମଲ, କୃଷକ ନେତା ଅଜୟ କୁମାର ରଥ ଓ ଛାତ୍ର ନେତା ସ୍ମୃତି ରଂଜନ ବେହେରା ପ୍ରମୁଖ ବରୀ ତହସିଲଦାରଙ୍କ ଜରିଆରେ ଏକ ଚିଠି ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ପଠାଇଥିବା ବେଳେ ବରୀ ଦୀପାଂଚଳ ଉନ୍ନୟନ୍ନ ପରିଷଦର ସଭାପତି କୁଳମଣି ଶୁକ୍ଳ, ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସମ୍ପାଦକ ରମାକାନ୍ତ ମଣ୍ଡଳ, ସମାଜ ଆନ୍ଦୋଳନର ସମ୍ପାଦକ କାହ୍ନୁଚରଣ ବେହୁରା, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ ପ୍ରମୁଖ ଘୋର ନିନ୍ଦା କରିବା ସହିତ ଉକ୍ତ ଚରମ ଜନସ୍ୱାର୍ଥ ବିରୋଧୀ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବରୀର ସଂଗ୍ରାମୀ ଜନସାଧାରଣ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ବିନମ୍ର ନିବେଦନ କରିଛନ୍ତି ।

Comments (0)
Add Comment