ବାଲିକୁଦା; ଅନନ୍ତପୁର ଫାଣ୍ଡି ଅଧୀନ ବ୍ରାହ୍ମଣଡିହି (ମଠସାହି) ଗାଁରେ ରମେଶ ସାହୁଙ୍କର ଗତକାଲି ରାତିରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ରମେସ ଗାଁରେ ଚୋରା ମଦ ବ୍ୟବସାୟ କରି ଆସୁଥିଲେ । ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ତେବେ ତାଙ୍କ ମୃତ ଦେହ ତାଙ୍କ ଘରର ଅଳ୍ପ ଧୂରରେ ଥିବା ଜଣେ ପଡୋଶୀଙ୍କ ସଜନା ଗଛ ମୂଳରୁ ଉଦ୍ଧାର କରାଯାଇଥିଲା । ବେକରେ ଏକ ଲୁଙ୍ଗି ଲଗାଇ ସଜନା ଗଛରେ ଝୁଲିସେ ଆତ୍ମ ହତ୍ୟା କରିଥିବା କୁହାଯାଉଥରବା ବେଳେ ଏହା ଏକ ହତ୍ୟାକାନ୍ଡ ବୋଲି ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ବାଲକିକୁଦା ପୁଲିସ ଅଭି୍ୋଗକୁ ଭିଞ୍ଚି କରି ଏକ ହତୟା ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି । ସେହିପରି ଉକ୍ତ ଘଟଣାରେ ଜଣକୁ ବାଲିକୁଦା ପୁଲିସ ଅଟକ ମଧ୍ୟ ରଖିଛି । ସେପଟେ ସାଇଂଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି ।
ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ରମେଶ ଘରକୁ ଫେରି ନଥିଲେ । ପରିବାର ଲୋକେ ତାଙ୍କୁ ଅନେକ ଖୋଜା ଖୋଜି ମଧ୍ୟ କରିଥିଲେ । ହେଲେ ପାଇ ନ ଥିଲେ । ମାତ୍ର ରାତି ପ୍ରାୟ ସାଢେ ୧୨ ଟା ସମୟରେ ରମେଶ ଘର ଠାରୁ କିଛି ଦୂରରେ ଜଣେ ପଡ଼ିଶାଙ୍କ ସଜନା ଗଛରେ ଏକ ଲୁଙ୍ଗିକୁ ବେକରେ ଛନ୍ଦି ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ସଜନା ଗଛର ଅବସ୍ଥା ଓ ପାରି ପାଶ୍ୱର୍ର୍ିକ ପରିସ୍ଥିତିକୁ ଅନୁଧ୍ୟାନ କରାଗଲେ ଏହା ଏକ ହତ୍ୟାକାଣ୍ଡ ହୋଇ ପାରେ ବୋଲି କୁହା ଯାଉଛି । ରମେଶଙ୍କ ବେକରେ ଲୁଙ୍ଗିଟି ଥିବା ବେଳେ ସେ ମୃତ ଅବସ୍ଥାରେ ସେହି ସଜନା ଗଛ ମୂଳରେ ହିଁ ବସି ରହିଥିବା ଭଳି ରହିଥିଲେ । ଯାହା ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି କରିଥିଲା । ରମେଶଙ୍କୁ ଏପରି ଅବସ୍ଥାରେ ଦେଖି ପ୍ରଥମେ ପରିବାର ଲୋକେ ତାଙ୍କୁ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପେର ଏ ସମ୍ପର୍କରେ ବାଲିକୁଦା ଥାନାକୁ ଜଣାଇ ଦିଆ ଯାଇଥିଲା । ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ସବକୁ ଜବତ କରିବା ସହିତ ଆଜି ସକାଳେ ଘଟଣାକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଉକ୍ତ ଘଟଣାରେ ପୁଲିସ ବ୍ରାହ୍ମଣଡିହି ଗାଁର ରାଜେଶ ବେହେରା(୩୫)ଙ୍କୁ ଅଟକ ରଖିଛି । ଏହି ଘଟଣାରେ ଗାଁରେ ମଦ ବିରୋଧି ଆନେ୍ଦାଳନରେ ସାମିଲ ଥିବା ରବିନ୍ଦ୍ର ବେହେରାଙ୍କ ସମେତ ୫ ଜଣ ଓ ଅନ୍ୟ ମାନଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ରମେଶଙ୍କ ପୁଅ । ପୁଲିସ ଶବକୁ ଜବତକରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କିଛି ଜଣା ପଡ଼ିବ ବୋଲି କୁହାଯାଉଛି । ଘଟଣାର ତଦନ୍ତ ଭାର ନିଜେ ଥାନାଧିକାରୀ ସର୍ବେଶ୍ୱର ବେହେରା ନେଇଛନ୍ତି । ଏ ନେଇ ବାଲିକୁଦା ଥାନାରେ ୧୮୫/୨୦ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ସୂଚନା ଥାଉକି ରମେଶ ଗାଁରେ କରୁଥିବା ଚୋରା ମଦ ବେପାରକୁ ଗାଁ ଲୋକେ ବାରମ୍ବାର ବିରୋଧ କରି ଆସିଛନ୍ତ । ଏହାକୁ ନେଇ ଗତକାଲି ରମେଶଙ୍କ ସହ ଗାଂର କେତେକଙ୍କର ବଚସା ହୋଇଥିଲା । ରମେଶ ମଧ୍ୟ ଗତକାଲି ପ୍ରଚୁର ମଦ୍ୟ ପାନ କରିଥିଲେ । ତେବେ କଏେଉଁ କାରଣରୁ ରମେଶଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ ।