ମହାନଦୀ ପୋଲରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ତାରପୁର ବାଇପାସ ନିକଟ ମହାନଦୀ ପୋଲ ଉପରୁ ଭରାନଈକୁ ଡେଇଁ ପଡ଼ି ନୃସିଂହ ପରିଡ଼ା (୨୪)ଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଦୀର୍ଘ ୧୦ ଘଂଟା ଧରି କସରତ ପରେ ତାଙ୍କୁ ଉଦ୍ଧାର କରାଯିବା ଘଟଣା ସମଗ୍ର ଅଂଚଳର ଚର୍ଚ୍ଚାର ବିଷୟ ହୋଇଛି । ତେବେ ଭୁବନେଶ୍ୱରରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ଅକାଳ ମୃତ୍ୟୁ ଘଟଣାରେ ମ୍ରିୟମାଣ ହୋଇ ନୃସିଂହ ଏପରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କୁହାଯାଉଛି । କିଛି ଦିନ ତଳେ ସେ ଆଦିତ୍ୟଙ୍କ ମୃତ୍ୟୁ ପରେ ଲଣ୍ଡା ହୋଇଥିଲେ । କିଶୋନଗର ଥାନା ଅନ୍ତର୍ଗତ ସିର୍ଲୋ ଗ୍ରାମର ଗୌରାଙ୍ଗ ପରିଡ଼ାଙ୍କ ପୁଅ ହେଉଛିନ୍ତି ନୃସିଂହ । ସେ ଏକ ସାଇକେଲର ଆସି ପୋଲ ପାଖରେ ପହଂଚି କିଛି ସମୟ ଅଟକିଥିଲେ । ସେଠାରେ ସାଇକେଲ, ଚପଲ ଓ ମୋବାଇଳ୍ ରଖି ହଠାତ୍ ନଈକୁ ଡେଇଁ ପଡ଼ିଥିଲେ । ପିଲାଟି ବେଳୁ ମା’ଙ୍କୁ ହରାଇଥିବା ବେଳେ ନୃସିଂହଙ୍କୁ ତାଙ୍କ ବାପା ରଘୁନାଥପୁର ଥାନା ସାଦେଇପୁର ପଂଚାୟତ ଜଗନ୍ନାଥପୁର ମାମୁଁ ଘରେ ଛାଡ଼ି ଦେଇଥିଲେ । ତେବେ ପୋଲିସ ଘଟଣାର ତଦନ୍ତ କଲେ ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିବ ବୋଲି କୁହାଯାଉଛି ।

Comments (0)
Add Comment