ମହାବାତ୍ୟା ଅମ୍ଫାନର ତାଣ୍ଡବ ଭାଙ୍ଗିଲା ବହୁ କଚ୍ଚାଘର

ବିଞ୍ଝାଝାରପୁର: ବିଞ୍ଝାରପୁର ବ୍ଲକର ବିଭିନ୍ନ ପଂଚାୟତରେ ସାମୁଦ୍ରରିକ ଝଡ଼ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିଛି । ବିଞ୍ଝାରପୁରରେ ସାମୁଦ୍ରିକ ଝଡ଼ ଅମ୍ଫାନର ପ୍ରଭାବ ମଙ୍ଗଳବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଧିରେ ଧିରେ ରାତିରେ ଏହାର ପ୍ରଭାବ ବଢିଥିଲା । ପରେ ଦିନ ତାମମ ଏବଂ ସଂଧ୍ୟା ପର୍ଯ୍ୟୟନ୍ତ ଅମ୍ଫାନର ପ୍ରଭାବ ଲାଗି ରହିଥିଲା । ଏହି ସାମୁଦ୍ରିକ ଝଡ ପ୍ରଭାବରେ ବିଭିନ୍ନ ପଂଚାୟତର ଶତାଧିକ ଘରର ଛପର ଉଡିଥିବା ବେଳେ କେତେକ ସ୍ଥାନରେ କଚ୍ଚାଘର ଭାଙ୍ଗିଥିବା ଖବର ମିଳିଛି । ସେହିପରି ଅନେକ ସ୍ଥଥାନରେ ବିଦୁ୍ୟତ୍ ଖୁଂଟ ପଡିଯାଉଛି । ସେହିପରି କୌଣସି ଜାଗାରେ ଧନଜୀବନ ନଷ୍ଟ ହୋଇନଥିବା ବେଳେ ପବନ ବର୍ଷାରେ ପରିବା ଫସଲ ଉପରେ ଏହାର ଅଧିକ ପ୍ରଭାବ ପଡିଛି । ଏହି ସାମୁଦ୍ରିକ ଝଡ଼ ଯୋଗୁ ୭୫ ମିଲି ମିଟର ବର୍ଷା ହୋଇଥିବା ବେଳେ ୮୦ କିଲୋମିଟରରୁ ଅଧିକ ବେଗରେ ପବନ ବୋହିଥିବା ଅନୁମାନ କରାଯାଇଛି । ସାମୁଦ୍ରିକ ଝଡ଼ ଅମ୍ଫାନ ଆସୁଥିବା ଜାଣି ବ୍ଲକର ସମସ୍ତ ପଂଚାୟତର ଜନସାଧାରଣ ଭୟଭୀତ ହୋଇପଡି ଥିଲାବେଳେ ପ୍ରକୃତପକ୍ଷେ ଅମ୍ଫାନ ବିଞ୍ଝାରପୁର ବ୍ଲକରେ ବିଶେଷ କ୍ଷତି କରିନଥିବା କୁହାଯାଇଛି । ବ୍ଲକର ଜରୀ ଓ ସିଂହପୁର ପଂଚାୟତ ତଳିଆ ଗାଁଗୁଡିକରୁ ଶତାଧିକ ଲୋକଙ୍କୁ ପ୍ରଶାସନ ବାତ୍ୟା ଆଶ୍ରୟସ୍ଥଳରେ ରଖିଥିବା ବେଳେ ବୁଧବାର ମଧ୍ୟ୍ୟାହ୍ନରେ ଉପଜିଲ୍ଲାପାଳ ତଥା ନୋଡାଲ ଅଧିକାରୀ ନାରାୟଣଚନ୍ଦ୍ର ଧଳ ବିଞ୍ଝାରପୁର ଗସ୍ତରେ ଆସି ସିଂହପୁର ଓ ଜରୀର ୩ଟ ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ଲୋକଙ୍କୁ ଭେଟି ସମସ୍ୟା ସଂପ୍ରକରେ ବୁଝିଥିଲେ । ବିଡ଼ିଓ ମିନତି ଜଗଦେବ, ତହସିଲଦାର ଅସ୍ମିତା ଦାଶ, ଜିପିଓ ସ୍ତୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment