ମହାମାରୀ କରୋନା ପାଇଁ ଶୂନ୍ୟ ହୋଇଯାଉଛି ପରିବାର

କଟକ : ଆମ ଦେଶର ତଥା ରାଜ୍ୟର ଅବସ୍ଥା ମହାମାରୀ ଭୂତାଣୁ ପାଇଁ ଆଜି ଅସମ୍ଭାଳ ପରିସ୍ଥିତ ସୃଷ୍ଟି ହୋଇଛି । ଏହି ଭୂତାଣୁ ସଂକ୍ରମଣ ପ୍ରଭାବରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଟିଏ ପରିବାର ଜନଶୂନ୍ୟ ହୋଇଯାଉଥିବା ଖବର ମିଳୁଛି । ଏପରିକି ଜବାନ ପୁଅ ଏହି ରୋଗରେ ପ୍ରାଣ ହରାଇଥିବା ଦୃଶ୍ୟ ଦେଖି ପରିବାର ଅନ୍ୟ ସଦସ୍ୟ ମାନେ ଅତ୍ୟଧିକ ମର୍ମାହତ ହୋଇ ହୃଦରୋଗ ଭଳି ରୋଗର ଶିକାର ହୋଇ ନିଜର ପ୍ରାଣ ହରାଉଥିବା ସୂଚନା ମିଳୁଛି । କାରଣ ଏହି ସଂକ୍ରାମକ ରୋଗର କୈାଣସି ପ୍ରକାର ପ୍ରତିଷେଧକ ଟୀକା ବାହାରି ପାରି ନଥିବା ହେତୁ ସଂକ୍ରମିତ ରୋଗୀ ଜିଜର ଜୀବନ ହରାଇବାକୁ ବାଧ୍ୟ ହେଉଛି । ବିଶେଷ ଭାବରେ ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ ବହୁରୂପି ସହିତ ବହୁ ଶୀଘ୍ର ଆକ୍ରମଣ କରୁ ଥିବାରୁ, ଏହାର ଆଶୁ ଚିକିତ୍ସା କରିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପକ୍ଷେ ସମ୍ଭବ ହୋଇ ପାରୁନାହିଁ । ଯାହାଫଳରେ ମାତ୍ରାଧିକ ରୋଗୀ ସଂକ୍ରମିତ ହୋଇ ପ୍ରତ୍ୟେକ ଦିନ ମୃତ୍ୟୁମୂଖରେ ପଡୁଥିବା ଦେଖିବାକୁ ମିଳୁଛି ।
ବିଶେଷ ଭାବରେ କଟକ ଜିଲ୍ଲାର ସଂକ୍ରମଣ ସଂଖ୍ୟା ଦିନକୁଦିନ ବଢି ବଢି ଚାଲିଛି, ଯାହାକୁ କାବୁ କରିବା ପାଇଁ ଜିଲ୍ଲା ପ୍ରଶାସନ ଦିନରାତି ଉଦ୍ୟମଜାରି ରଖିଛି କିନ୍ତୁ ଏହା ସମାଜର କିଛି ଅମାନିଆ ଲୋକମାନଙ୍କର ଅଯଥାରେ ବେପରୁଆ ଭାବରେ ଯାତାୟତ କରିବା ସହିତ ସଂକ୍ରମଣ ସଂଖ୍ୟାକୁ କୈାଣସି ବାଟରେ ବଢାଇ ଚାଲିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାଣିବାକୁ ମିଳୁଛି ।

Comments (0)
Add Comment