ବଲାଙ୍ଗୀର : ପ୍ରଥମ ପର୍ଯ୍ୟାୟରେ କୋଟି ବ୍ୟୟରେ ହାତକୁ ନିଆଯାଇଥିବା ବଲାଙ୍ଗୀର ସହର ମହାରାଣୀ ସାଗରର ସୌନ୍ଦର୍ଯ୍ୟକରଣ ଓ ପୁନଃରୁଦ୍ଧାର କାର୍ଯ୍ୟର ଭିତ୍ତିିପ୍ରସ୍ତର ସ୍ଥାପନ କରିଛନ୍ତି ବଲାଙ୍ଗୀରର ପୂର୍ବତନ ସାଂସଦ ତଥା ଷ୍ଟେଟ୍ ହାଉସିଙ୍ଗ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ । ଏଥି ସହ ବିନା ବିସ୍ଥାପନରେ ବଲାଙ୍ଗୀର ସହରରେ ଥିବା ୧୭ ଟି ବନ୍ଧ ଓ ଜଳାଶୟର ଉନ୍ନତିକରଣ କାମ କରାଯିବ ବୋଲ ଶ୍ରୀ ସିଂଦେଓ କହିଛନ୍ତି । ଆଜି ସକାଳେ ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ୨ଠ ନମ୍ବର ୱାର୍ଡ ଇଛାପଡା ଠାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଶ୍ରୀ ସିଂଦେଓ କହିଥିଲେ ଯେ, ୨ଠ୧୭ ମସିହାରେ ମୋ ବାପା ଯେତେବେଳେ ରାଜ୍ୟସଭା ସାଂସଦ ଥିଲେ, ସେତେବେଳେ ଏହି ସବୁ ବନ୍ଧର ଉନ୍ନତିକରଣ କାମ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଜଳଚର ଏରିଆକୁ ଚିହ୍ନଟ କରାଯିବ । ଆମର ଉଦ୍ଦେଶ୍ୟ ହେଲା ବିନା ବିସ୍ଥାପନରେ ବନ୍ଧର ପୁନଃରୁଦ୍ଧାର କାମ ହେଉ । ଏଥିସହ ମହରାଣୀ ସାଗରର ପାଣିକୁ ସ୍ୱଚ୍ଛ ରଖିବା ପାଇଁ ଏହାକୁ ନାଳାପାଣିରୁ ରକ୍ଷା କରାଯିବ ବୋଲି ଶ୍ରୀ ସିଂଦେଓ କହିଥିଲେ । ତେବେ ବର୍ଷା ଆଗରୁ ଏହି କାମ ଯେପରି ହୋଇପାରିବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି ବୋଲି ଶ୍ରୀ ସିଂଦେଓ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ଉପଧ୍ୟକ୍ଷା ଗାୟତ୍ରୀ ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବିଭାଗୀୟ ଯନ୍ତ୍ରୀ, ସମସ୍ତ ୱାର୍ଡର ବିଜେଡି କାଉନସିଲର ଓ ବିଜେଡି କର୍ମୀ ମାନେ ସାମିଲ ହୋଇଥିଲେ।