ମହିଳାଙ୍କ ବିକାଶ ଦାୟିତ୍ୱ ମୋଦୀ ନେଇସାରିଛନ୍ତି


ଭୁବନେଶ୍ୱର: ସଂସଦ ଓ ବିଧାନସଭାବେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଜାତୀୟ ଦଳଗୁଡ଼ିକର ଆଭିମୁଖ୍ୟକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମାଲୋଚନା କଲା ପରେ ତାହାର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧାସଳଖ ମହିଳା ସଂରକ୍ଷଣ ପ୍ରସଙ୍ଗରେ କିଛି କହିନଥିଲେ ହେଁ କେନ୍ଦ୍ର ସରକାରଙ୍କ ଫୋକସ୍ରେ ଯେ ମହିଳା ଅଛନ୍ତି, ଏକଥା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ । କହିଥିଲେ ଯେ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ବିକାଶ କଥା ଚିନ୍ତା କରିବା ମୋଦୀ ସରକାରଙ୍କ ମୂଳ ସ୍ତମ୍ଭ । ଅନ୍ୟପକ୍ଷରେ ପରୀ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମୁହଁ ଖୋଲି ରାଜ୍ୟ ସରକାରଙ୍କ ଉପରେ ଓଲଟା ଚାପ ସୃଷ୍ଟି କରିଥିଲେ । ପରୀ ହତ୍ୟାକାଣ୍ଡ ଘଟଣାରେ ବିଜେପି ଆନେ୍ଦାଳନ ଜାରି ରଖିଥିଲା ବେଳେ ଶ୍ରୀ ପ୍ରଧାନ କହିଥିଲେ ଯେ ସିବିଆଇ ତଦନ୍ତ ହେଲେ ପରୀ ମାମଲାର ତଥ୍ୟ ସାମ୍ନାକୁ ଆସିପାରିବ । ପରୀର ବାପା, ମା’ କିଛି ପ୍ରଶ୍ନ ଉଠାଇଛନ୍ତି । ଏହି ପ୍ରଶ୍ନର ଉତର କେବଳ ଗୋଟିଏ ନିରପେକ୍ଷ ସଂସ୍ଥା ହିଁ ଦେଇ ପାରିବ । ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତାକୁ ନ ଲୁଚାଇବା ଉଚିତ । ହାଥରସ ମାମଲାରେ ସିବିଆଇ ତଦନ୍ତ କରିବାରୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ପରୀ ରଥ ବୁଲାଇଥିଲେ । କିନ୍ତୁ ରାଜ୍ୟର ୫ ହଜାରରୁ ଅଧିକ ଶିଶୁ କୁଆଡେ ଗଲେ ବୋଲି ସେ ପ୍ରଶ୍ନ କରିଥିଲେ । ମୋଦୀଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଦେଶର ମାଆ ଓ ଭଉଣୀମାନେ ଶୌଚ ଓ ଜାଳେଣୀ କାଠ ଜଙ୍ଗଲ ଉପରେ ନିର୍ଭର କରୁ ନାହାନ୍ତି । ରାଜ୍ୟର ୮୫.୨୦ ଲକ୍ଷ ଜନଧନ ଆକାଉଂଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟି ଟଙ୍କା ବ୍ୟାଙ୍କ ଆକାଉଂଟକୁ ଟ୍ରା୍ନ୍ସଫର୍ କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତା (ଏନଏସଏପି)ର ଯୋଜନାରେ ବରିÂ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାରେ ମିସନ୍ ଇନ୍ଦ୍ରଧନୁଷରେ ୩.୮ ଲକ୍ଷରୁ ଊଦ୍ଧ୍ୱର୍ ଶିଶୁ ଏବଂ ୧.୧୦ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି । ଓଡ଼ିଶାର ପଛୁଆ ଜିଲ୍ଲା ଯଥା କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଢେ଼ଙ୍କାନାଳ, ରାୟଗଡ଼ା, ବଲାଙ୍ଗୀର, ମାଲକାନଗିରି ଏବଂ ଗଜପତି ଜିଲ୍ଲାର ଗ୍ରାମଂଚଳର ମହିଳାଙ୍କୁ ଶିକ୍ଷା, ନିଯୁକ୍ତି, ଦକ୍ଷତା ବିକାଶ ପାଇଁ ମହିଳା ଶକ୍ତି କେନ୍ଦ୍ର ପ୍ରତିÂା ନିମନ୍ତେ ୭.୭୫ କୋଟି ଦିଆଯାଇଛି । ପୋଷଣ ଅଭିଯାନରେ ଓଡ଼ିଶାର ୩୦ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ ‘ସୁକନ୍ୟା ସମୃଦ୍ଧି’ ଯୋଜନାରେ ୯.୪୮ ଲକ୍ଷ ଆକାଉଂଟ ଖୋଲାଯାଇଛି । ‘ବେଟି ବଚାଓ ଓ ବେଟି ପଢ଼ାଓ’ ଓଡ଼ିଶାର ଗ୍ରାମାଂଚଳରେ ବଡ଼ ପରିବର୍ତନ ଆଣିଛି । ଏହା ବାଦ୍ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବା ମଧ୍ୟରେ ଶ୍ରେÂ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ୮,୭୦୨ ଜଣ ମହିଳା ଏହି ଯୋଜନାରେ ସମସ୍ତ ସେବା ଓ ସୁବିଧା ସହାୟତା ପାଇପାରୁଛନ୍ତି ।

Comments (0)
Add Comment