ମହିଳା ବିଲ୍କୁ ପାରିତ ପାଇଁ ବିଜେଡି ଉଦ୍ୟମ କରୁ: ନିରଞ୍ଜନ

ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ କଂଗ୍ରେସ ଦଳ ସର୍ବଦା ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସିଛି । ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିଛି । ରାଜ୍ୟ ତଥା ଦେଶର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ପ୍ରଭୃତି ପଦବୀରେ କଂଗ୍ରେସ ଦଳ ମହିଳାମାନଙ୍କୁ ଅବସ୍ଥାପିତ କରିଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେଡି ସରକାର ସର୍ବଦା ମହିଳାମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଛି ଏବଂ ଗାଁକୁ କାମ- ମା’କୁ ସମ୍ମାନର ନାରା ଦେଇ ଚାଲିଛି । ରାଜ୍ୟ ସରକାରଙ୍କର ଯଦି ଓଡିଶାର ମା’ଭଉଣୀଙ୍କ ପ୍ରତି ପ୍ରକୃତରେ ଦରଦ ଓ ଆନ୍ତରିକତା ଥାଏ ତେବେ ବିଜେଡି ଦଳ ବିଜେପି ଉପରେ ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍କୁ ପାରିତ କରିବାକୁ ଉଦ୍ୟମ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Comments (0)
Add Comment