ମହିଳା ସମିତି ଅର୍ଥ ଆତ୍ମସାତ

ବାଲିକୁଦା : ସମିତିର ଅର୍ଥ ଆତ୍ମସାତ ସମ୍ପର୍କରେ ବାଲିକୁଦା ଥାନାରେ ଅଭିଯୋଗ କରା ଯାଇଥିଲା । ସମତିର ସଦସ୍ୟା ମାନେ ସମ୍ପାଦିକାଙ୍କ ନାମରେ ଆଣିଥିଲେ ଏହି ଅଭିଯୋଗ । ଆଶା ଥିଲା ପୁଲିସ ସେମାନଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ସହଯୋଗ କରିବ । ଅଭିଯୋଗ ଦେବା ସମୟରେ ମଧ୍ୟ ହାତଗୁଞ୍ଜା ଦିଆ ଯାଇଥିଲା । ଗାଁକୁ ଯାଇ ଘଟଣା ସମ୍ପର୍କରେ ବୁଝିବା ବାବଦକୁ ଅଲଗା ଓ କାଗଜପତ୍ର ଲେଖେଇ ବାବଦକୁ ଅଲଗା କରି ଟଙ୍କା ଦିଆ ଯାଇଥିଲା । ହେଲେ ଥାନାରୁି ନିରାଶ ହେବାକୁ ପଡିଲା ଏହି ଅଭିଯୋଗ କାରୀ ମହିଳା ମାନଙ୍କୁ । ନ୍ୟାୟ ପାଇବାକୁ ଥାନାରେ ପହଂଚି ପୁଲିସର ସାହାରା ଖୋଜା ଯାଇଥିବା ବେଳେ ନ୍ୟାୟ ମିଳିବା ବଦଳରେ ଓଲଟା ଏମାନଙ୍କୁ ଅଭିଯୁକ୍ତା ସମ୍ପାଦିକାଙ୍କ ନାଲି ଆଖିର ଶିକାର ହେବାକୁ ପଡିଥିଲା । ତାହା ପୁଣି ଖୋଦ ଥାନା ଭିତରେ । ଏ ସବୁ ଅଭିଯୋଗ ଅଣାଯାଇଛି ଅଢଙ୍ଗା ପଂଚାୟତ ଦେବ ଗ୍ରାମର ମା’ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ । ନ୍ୟାୟ ନମିଳିଲେ ପୂର୍ବରୁ ଏହି ମହିଳା ମାନେ ଥାନା ସମ୍ମୁଖରେ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଥିବା ବେଳେ ଯେହେତୁ ପୁଲିସ ସେମାନଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେଇନି ସେ ଦୃଷ୍ଟିରୁ ସେମାନେ ବାଲିକୁଦା ଥାନା ଉପରୁ ଭରସା ତୁଟାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଫେରାଦ ହେବେ ବୋଲି ଜଣାଇଛନ୍ତି । ସୂଚନା ଥାଉକି ଗତ ୨୦ ବର୍ଷ ଧରି ଏହି ଗୋଷ୍ଠୀର ଗରିବ ମହିଳା ମାନେ ପେଟରୁ ଖୋଲି ପରିବାରର ଖର୍ଚ୍ଚ କାଟ କରି ମାସକୁ ମାସ ସମିତିରେ ଟଙ୍କା ଜମା କରି ଆସୁଥିଲେ । ମାତ୍ର ସେହି ଜମା ଅର୍ଥର କୌଣସି ହିସାବ ସମିତିର ସମ୍ପାଦିକା ସଠିକ ଭାବେ ଦେଇ ନ ଥିବାରୁ ସମତିର ଲକ୍ଷାଧିକ ଟଙ୍କା ଠକେଇ କରାଯାଇଥିବା ସମିତିର ସମ୍ପାଦିକାଙ୍କ ନାମରେ ଅଭିଯୋଗ ଅଣାଯାଇଥିଲା । ସଭାନେତ୍ରୀ ଓ ସମିତିର ଅନ୍ୟାନ୍ୟ ସଦସ୍ୟା ମାନଙ୍କୁ ଅନ୍ଧାରରେ ରଖି ଏଭଳି ଠକେଇ କରା ଯାଇଥିବା ସମ୍ପୃକ୍ତ ସମିତିର ସଦସ୍ୟା ଓ ସଭାନେତ୍ରୀ ମାନେ ବାଲିକୁଦା ଥାନାରେ ଲିଖିତ ଭାବେ ଜଣାଇଥିଲେ । ଏଭଳି ଠକେଇ ଅଭିଯୋଗ ଅଢଙ୍ଗା ପଂଚାୟତ ଦେବ ଗ୍ରାମର ମା’ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କରାଯାଇଥିବା ବେଳେ ଗୋଷ୍ଠୀର ସମ୍ପାଦିକା ସଂଯୁକ୍ତା ଭୋଇଙ୍କ ନାମରେ ସମିତିର ସସସ୍ୟା ମାନେ ଏହି ଅଭିଯୋଗ ଆଣିଛନ୍ତି ।

Comments (0)
Add Comment