ମାଓବାଦୀଙ୍କ ମାଲକାନଗିରି ବନ୍ଦ


ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ପୋଲିସ ମିଥ୍ୟ ଏନାକାଉଂଟର କରି ତିନି ଜଣ ମାଓବାଦୀଙ୍କୁ ହତ୍ୟା କରିଥିବା ନେଇ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନର ସଚିବ କୈଳାସ ପ୍ରେସ ବିଜ୍ଞପ୍ତିରେ ଆଜି ବନ୍ଦ ଡାକାର ଦେଇଛନ୍ତି । ମାଲକାନଗିରି ବନ୍ଦର ପ୍ରଭାବ ପଡିନଥିବା ବେଳେ ଦୁର୍ଦମ ଅଂଚଳରେ ଏହାର ପ୍ରଭାବ ପଡିଛି । ଲୋକେ ନକ୍ସଲ ଭୟରେ ଘରୁ ବାହାରକୁ ବାହାରି ନଥିବା ବେଳେ ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତା ହେଉନଥିବ ଜଣାପଡିଛି । ପୋଲିସ ବେଆଇନ ଭାବେ ଗିରଫ କରିବା, ଜେଲରେ ଭର୍ତି କରି ନିର୍ଯାତନା ଦେବା, ଭଳି କାର୍ଯ୍ୟ ଜାରି ରଖୁଛି । ସ୍ୱାଭିମାନ ଅଂଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ଲୋକଙ୍କୁ ନିର୍ଯାତନା । ଦେଉଛି । ଏହା ଲୋକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଉଛି । ଏପରିକି ସେମାନଙ୍କର ଛେଳି, ମେଣ୍ଢା, କୁକୁଡା ଇତ୍ୟାଦି ଖାଇଦେଉଛନ୍ତି ।

Comments (0)
Add Comment