ବାଲିକୁଦା: ମାଙ୍କଡ ଆକ୍ରମଣରେ ଦୁଇଜଣ ଆହତ ହୋଇଥିବା ଜଣା ପଡିଛି । ।ସେମାନଙ୍କ ମଧ୍ୟରେ ଜଣେ ମହିଲା ହୋଇଥିବା ବେଳେ ଜଣେ ୧୨ ବର୍ଷ ନାବାଳକ ବୋଲି ସୂଚନା ମିଳିଛି । ମାଛଗାଁ ଅଞ୍ଚଳରେ ଗତ କିଛି ଦିନ ହେବ ଏହି ମାଙ୍କଡ଼ ଆତଙ୍କ ଚଳାଇ ଚାଲିଛି । ଗତକାଲି ଏହି ମାଙ୍କଡଟି ମାଙ୍କଡ଼ ମାଛଗାଁ ସିଙ୍ଗିଟାଳିଆ ଗାଁର ବିଜୟ ଲକ୍ଷ୍ମୀ ସ୍ୱାଇଁ(୫୮), ଓ ସମ୍ବିତ ସାହୁ (୧୨) ଆହତ ହୋଇଥିବା ଖବର ମିଳିଥିବା ବେଳେ ମାଙ୍କଡ ଆକ୍ରମଣରେ ଅନେକ ଆହତ ହୋଇଥିବା ଜାଣିବାକୁ ମିଳିଛି । ଆହତ ବିଜୟ ଲକ୍ଷ୍ମୀ ନିଜ ଗରର ଛାତ ଉରେକୁ କୌଣସି କାମରେ ଯାଇଥିବା ବେଳେ ମାଙ୍କଡଟି ତାଙ୍କ ଆଡକୁ ଝପଡି ଆସିଥିଲା । ଛାତ ଉପରେ ପଡିଯିବାର ଭୟରେ ବିଜୟଲକ୍ଷ୍ମୀ କେଉଁ ଆଡକୁ ଯାଇ ପାରି ନଥିଲେ । ଫଳରେ ମାଙ୍କଡଟି ତାଙ୍କୁ ଆକ୍ରମଣ କରି ଆହତ କରିଥିଲା । ସେହିପରି ୧୨ ବର୍ଷର ଏହି ନାବାଳକ ସମ୍ବିତ ଘର ବାହାରକୁ ଆସିଥିବା ବେଳ ସେହି ମାଙ୍କଟି ତାଙ୍କୁ କାମୁଡି ଥିଲା । ମାଙ୍କଡଟି ତାଙ୍କୁ ଆକ୍ରମଣ କରି ଆହତ କରିଥିଲା । ତେବେ ବନ ବିଭାଗ ଏଥି ପ୍ରତି ପଦକ୍ଷପ ନେବାକୁ ସାଧାରଣରେ ଦାବି ହେଉଛି ।