ମାର୍ଚ୍ଚ ସୁଦ୍ଧା ୧୮୯ଟି ଦେଶକୁ ମିଳିବ ୫୦ କୋଟିରୁ ଅଧିକ କରୋନା ଟିକା : ହୁ


ଭୁବନେଶ୍ୱର: ଆସନ୍ତା ବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦ କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି । ଜେନେଭା ନ୍ୟୁଜ୍ କନ୍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଏହି ଟିକା ଉପଲବ୍ଧ ହେବ ଯେଉଁଥିରେ ବିଶ୍ୱର ୧୮୯ ଟି ଦେଶ ସାମିଲ ହୋଇଛନ୍ତି । ତେବେ ଏଥିରେ ଆମେରିକା ନ ଥିବା ସେ କହିଛନ୍ତି । ଏହି ସବୁ ଦେଶଗୁଡିକରେ ଯେପରି କରୋନା ଟିକାର ସୁଗମ ବଂଟନ ହୋଇପାରିବ ତାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ୨୦୨୧ ଶେଷ ସୁଦ୍ଧା ପାଖାପାଖି ୨୦୦ କୋଟିରୁ ଅଧିକ ଯିକା ଯୋଗାଇ ଦେବାପାଇଁ ହୁ’ ଲକ୍ଷ୍ୟ ଯାହା ଫଳରେ ବିଶ୍ୱରେ ଅନୁବନ୍ଧିତ ଦେଶଗୁଡିକର ୨୦ ପ୍ରତିଶତ ଜନସଂଖ୍ୟା ଏହି ଟିକା ପାଇପାରିବେ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ୬୫ ବର୍ଷରୁ ଅଧିକ ବୟସର ଲୋକ ଏବଂ ସଂକ୍ରମଣ ପ୍ରବଣ ଅଞ୍ଚଳରେ ଏହି ଟିକା ପ୍ରଦାନ କରାଯିବ ବୋଲି ସ୍ୱାମୀନାଥନ କହିଛନ୍ତି ।

Comments (0)
Add Comment