ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ବଳାତ୍କାର ଘଟଣା ପୋଲିସ ତଦନ୍ତରେ ବିଳମ୍ବ କରୁଛି!

ରାୟଗଡା: ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ହୋଇଥିବା ବଳାତ୍କାର ଏବଂ ହତ୍ୟାର ତଦନ୍ତ ଜାଣିଶୁଣି ପୋଲିସ ତଦନ୍ତରେ ବିଳମ୍ବ କରୁଛି ବୋଲି ଭାରତୀୟ ଜନତା ପାର୍ଟିର ଉପ-ସଭାନେତ୍ରୀ ପ୍ରଭାତି ପରିଡା ଗୁରୁତର ଅଭିଯୋଗ କରିଛନ୍ତି । ଏ ନେଇ ପ୍ରଭାତି ପରିଡାଙ୍କ ସହ ସଂପାଦିକା ବବିତା ପାତ୍ର ଏବଂ ପ୍ରବକ୍ତା ସୋନାଲି ସାହୁ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ମୃତ ପୀଡିତାର ପରିବାର ଏବଂ ତାଙ୍କ ସ୍ୱାମୀଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲୋ ପ୍ରଥମେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ କୋରାପୁଟ ପହଂଚି ମୃତା ଚନ୍ଦ୍ରମା ଭୂୟାଁକୁ ଚିକିତ୍ସା କରୁଥିବା ଡାକ୍ତର ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ । ଚନ୍ଦ୍ରମାର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ବେଳେ କାହିଁକି ତାକୁ ଜାଣିଶୁଣି ପୋଲିସ ବହ୍ମପୁର ବଡ ମେଡିକାଲକୁ ରେଫର କଲା ବୋଲି ଶ୍ରୀମତି ପରିଡା ପ୍ରଶ୍ନ କରିଛନ୍ତି । ପରେ ମାଲକାନଗିରି ଜିଲ୍ଲାକୁ ଯାଇ ଘଟଣା ସଂପର୍କରେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ସହ ମୃତ ଚନ୍ଦ୍ରମାର ସ୍ୱାମୀଙ୍କ ସହ ପୋଲିସ ଅଧିକାରୀଙ୍କ ଘଟଣା ସଂପର୍କରେ ଆଲୋଚନା କରୁଥିଲୁ । ପୋଲିସ ଘଟଣାକୁ ଜାଣିଶୁଣି ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି ଶ୍ରୀମତି ପରିଡା ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଶବ ବ୍ୟବଛେଦ ରିପୋର୍ଟକୁ ପ୍ରକାଶ କରିବାରେ ପୋଲିସ ଜାଣଶୁଣି ବିଳମ୍ବ କରୁଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ପୋଲସି ପାଖରେ ସମସ୍ତ ପ୍ରମାଣ ଥାଇ ମଧ୍ୟ କାହିଁକି ତଦନ୍ତରେ ବିଳମ୍ବ କରୁଛନ୍ତି, କଣ କୁ୍ନ୍ଦୁଲି କାହାଣୀର ପୁନରାବୃତି ହେବ, ଆଦିବାସୀ ମହିଳା, ଯୁବତୀଙ୍କୁ ବଳତ୍କାର ଏବଂ ଗଣ ଦୁଷ୍ମର୍ମ ହେଲେ କଣ ନ୍ୟାୟ ମିଳିବା ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତି ପରିଡା । ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଯଦି ଦୋଷୀଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତା ହେଲେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆନ୍ଦୋଳନ କରାଯିବା ସହ ନ୍ୟାୟଳୟର ମଧ୍ୟ ପ୍ରମାଣ ସହ ମାମଲା ରୁଜ୍ଜୁ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଶ୍ରୀମତୀ ପରିଡାା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି କାଳୀରାମ ମାଝି, କିଶୋର ପଣ୍ଡା, ମହିଳା ନେତ୍ରୀ ରଂଜନା ଉପାଧ୍ୟୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment