କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗକୁ ମିଳିଛି ବଡ଼ ସଫଳତା ଉଦ୍ଧାର କରିଛନ୍ତି ୧୫୦ ଟି ଚୋରା କଇଁଛ । ମିଳିଥିବା ସୂଚନା ଅନୁଯାୟୀ କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚୟତର ଏମ୍.ପି.ଭି ୬୫ ଗ୍ରାମର ଜଙ୍ଗଲରେ ବହୁଦିନ ଧରି ଚାଲୁଥିଲା ଏହି ଚୋରା କଇଁଛ କାରବାର ହେଲେ କୌଣସି ଠୋସ ସବୁତ ନ ମିଳୁଥିବାରୁ ସେଠାରେ ଚଢ଼ାଉ କରାଯାଉନଥିଲା । ହେଲେ ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ବନ ବିଭାଗର ଏକ ୭ ଜଣିଆ ଟିମ ସେହି ଜଙ୍ଗଲରେ ଚଢ଼ାଉ କରିଥିଲେ, ହେଲେ ସେଠାରେ କାଲିମେଳା ବନ ବିଭାଗର ଗାଡିକୁ ଦେଖି ଚୋରା ଚାଲାଣ କରୁଥିବା ବେପାରୀ ମାନେ ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରୁ ଚମ୍ପଟ ମାରି ପଳାଇ ଯାଇଥିଲେ, ଘଟଣା ସ୍ଥଳରୁ ୧୫୦ ଖଣ୍ଡ ଚୋରା କଇଁଛ ସହ ୨ ଟି ମଟର ସାଇକେଲ , ହିରୋ ହଣ୍ଡା ସ୍ପଲେଣ୍ଡର ପ୍ଲସ ଓଆର୍-୩୦-୦୨୦୭ ଏବଂ ହିରୋ ଗ୍ଲାମର ଏପି-୧୫-୫୨୪୧ ଧ କୁ ମଧ୍ୟ ଜବତ କରିଛନ୍ତି କାଲିମେଳା ବନ ବିଭାଗର ଟିମ । ଏହି ଚୋରା କଇଁଛ ବେପାରୀମାନଙ୍କ ସହ ପଡୋଶୀ ରାଜ୍ୟର କିଛି ଅନ୍ୟାନ୍ୟ ବ୍ୟବସାୟୀ ମାନଙ୍କ ମଧ୍ୟ ହାତ ଥିବା ନେଇ କାଲିମେଳା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କଇଁଛ ଚୋରା ଚାଲାଣ କାରବାରକୁ ଆଧାର କରି କାଲିମେଳା ବନ ବିଭାଗ ପକ୍ଷରୁ କେସ ନଂ:- ଙଜ-୩୮ ତାରିଖ ୦୩/୦୬/୨୦୨୧ ରେ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଏହି ଚଢ଼ାଉ ବେଳେ କାଲିମେଳା ବନ ବିଭାଗର ଟାଉନ ଫରେଷ୍ଟଗାର୍ଡ ର ସ୍ୱୟଂପ୍ରଭା ପ୍ରଧାନ ସମେତ ତେଲାରାଇ ବିଟ ଫରେଷ୍ଟଗାର୍ଡ ରାମ ଚନ୍ଦ୍ର ମାଝା, ଶୁଦ୍ଧାଖୁଣ୍ଟା ବିଟ ଫରେଷ୍ଟଗାର୍ଡ ଅମ୍ଳଜାନ କୁମାର ନାୟକ, ପାରାଷ୍ଟାଫ ରୁଦ୍ର ହନ୍ତାଳ ଓ ଜୟନ୍ତୀ କୁମାର ନାୟକ ଭଳି ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।