ମାସକରେ ୫୦ ବାଇକ୍ ଚୋରି: ଜିପିଏସ୍ ଟ୍ରାକର ଲଗାଇବାକୁ ପରାମର୍ଶର୍

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ବାଇକ୍ ଲୁଟିଆ । ପରେ ଚୋରି ଓ ଳୁଟପାଟ ବୃଦ୍ଧି ପାଇବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ଯେଉଁ ଆଶଙ୍କା କରିଥିଲେ । ତାହା ଏବେ ଦେଖିବାକୁ ମିଳିଛି । ରାଜଧାନୀରେ ବାଇକ୍ ଚୋରି ବୃଦ୍ଧି ପାଇଛି । ଏକ ଆକଳନ ଅନୁସାରେ ବର୍ଷର ପ୍ରଥମ ଜାନୁଆରୀ ମାସରେ ରାଜଧାନୀରୁ ୫୦ରୁ ଅଧିକ ବାଇକ୍ ଚୋରି ହୋଇସାରିଲାଣି । ବଜାରଘାଟରେ ଆଖିପିଛୁଳାବେ ଦୁର୍ବୃତମାନେ ବାଇକ୍ ଗାଏବ୍ କରି ପଳାଉଛନ୍ତି । ଚୋରଙ୍କ ଉତ୍ପାତ ଏମିତି ହେଲାଣି ଲୋକେ ଘରୁ ବାହାରି ବଜାରଘାଟ ଯିବାକୁ ସୁରକ୍ଷିତ ମନେ କରୁନାହାନ୍ତି । ରାଜଧାନୀର ସବୁଠାରୁ ଅଧିକ ବାଇକ୍ ଚୋରି ମାମଲା କ୍ୟାପିଟାଲ ଥାନାରେ ରୁଜୁ ହୋଇଛି । ସେହିପରି ସହିଦନଗର, ନୂଆପଲ୍ଲୀ, ଖାରବେଳନଗର ଓ ଖଣ୍ଡଗିରି ଥାନା ଅଂଚଳରେ ମଧ୍ୟ ବାଇକ୍ ଚୋରି ହୋଇଛି । କ୍ୟାପିଟାଲରେ ୧୮ଟି ବାଇକ୍ ଚୋରି ମାମଲା ରୁଜୁ ହୋଇଥିବା ବେଳେ ନୂଆପଲ୍ଲୀରେ ୮ଟି, ସହିଦନଗରରେ ୫ଟି, ଖାରବେଳନଗର ଓ ଖଣ୍ଡଗିରିରୁ ୧୦ରୁ ଅଧିକ ବାଇକ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ବର୍ଷର ପ୍ରଥମ ମାସରେ ୫୦ରୁ ଅଧିକ ବାଇକ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇସାରିଲାଣି । ୟୁନିଟ୍-୧ ହାଟ, ମାର୍କେଟ୍ ବିଲଡିଂ ଓ ଆଇଜି ପାର୍କ ନିକଟରୁ ସବୁଠାରୁ ଅଧିକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମାର୍କେଟ୍ ଅଂଚଳରେ ବାଇକ୍ ଚୋରଙ୍କ ପ୍ରାଦୁର୍ଭାବ ସବୁଠାରୁ ଅଧିକ । ବାଇକ୍ ଚୋରି ଅଭିଯୋଗକୁ ନେଇ ପୋଲିସ ଚିନ୍ତାରେ ପଡିଛି । ମାର୍କେଟ୍ ଅଂଚଳରେ ବାଇକ୍ ଚୋରଙ୍କ ପ୍ରାଦୁର୍ଭାବ ସବୁଠାରୁ ଅଧିକ । ବାଇକ୍ ଚୋରି ଅଭିଯୋଗକୁ ନେଇ ପୋଲିସ ଚିନ୍ତାରେ ପଡିଛି । ମାର୍କେଟ ଏବଂ ନିଛାଟିଆ ସ୍ଥାନରେ ବାଇକ୍କୁ ବିଶେଷ କରି ଚୋର ଟାର୍ଗେଟ୍ କରୁଚନ୍ତି । ବାଇକ୍ ଚୋରି ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ନେଇ କମିସନରେଟ ପୋଲିସ ଏକ ସ୍ୱତନ୍ତ୍ର ସ୍କ୍ୱାଡ ମାଧ୍ୟମେର ବାଇକ୍ ଚୋରି କରୁଥିବା ଅପରାଧୀଙ୍କ ଗତିବିଧି ଉପାରେ ନଜର ରଖିଥିବା ଡିସିପି ଡ. ଉମାଶଙ୍କର ଦାଶ କହିଚନ୍ତି । ତାଙ୍କ କହିବା ଅନୁସାରେ ପୂର୍ବରୁ ବାଇକ୍ ଚୋରି ମାମଲାରେ ଗିରଫ ହୋଇ ଜେଲ୍ ଯାଇ ଜାମିନ୍ରେ ମୁକୁଳିଥିବା ଅଭିଯୁକ୍ତଙ୍କୁ ଥାନାରେ ପ୍ରତି ସପ୍ତାହରେ ହାଜର ହେବା ଲାଗି କୁହାଯାଇଛି । ଏହାବ୍ୟତୀତ ବାଇକ୍ ମାଲିକଙ୍କୁ ଗାଡିରେ ଜିପିଏସ୍ ଟ୍ରାକର ଲଗାଇବାକୁ ଡିସିପି ପରାମର୍ଶ ଦେଇଛନ୍ତି । ସେହିପରି ମାର୍କେଟ୍ ଅଂଚଳରେ ପାର୍କିଂ କରିବା ସମୟରେ ଦ୍ୱିତୀୟ ଳକ୍ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଏହାଫଳରେ ବାଇକ୍ ଚୋରି ବହୁତ ହ୍ରାସ ପାଇବ ବୋଲି ସେ ମତ ଦେଇଛନ୍ତି ।

Comments (0)
Add Comment