ମୁଖମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୨ କୋଟି କ୍ୱାରେଂଟାଇନ୍ ରାଶି ମଞ୍ଜୁର

ଭୁବନେଶ୍ୱର, ୩.୬(ନି.ପ୍ର.): ଏବେ ରାଜ୍ୟରେ ଥିବା କ୍ୱାରେଂଟାଇନ କେନ୍ଦ୍ର ସବୁରେ ସରକାରଙ୍କ ଗାଇଡଲାଇନ୍ ମାନି ଅନ୍ତେ୍ରବାସୀ ଭାବେ ରହିବା ଅବଧି ଶେଷ କରିଥିବା ବ୍ୟକ୍ତିମାନଙ୍କ ରାଶି ବାବଦକୁ ୬୨ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ହୋଇଛି । ପ୍ରତି ଅନ୍ତେ୍ରବାସୀଙ୍କୁ ୨ ହଜାର ଟଙ୍କାର ଅର୍ଥ ରାଶି ମିଳିବ ବୋଲି ସରକାର ଘୋଷଣା କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅନୁସାରେ, ଓଡ଼ିଶାରେ ଅଟକି ରହିଥିବା ନାଗାଲାଣ୍ଡର ୧୧ ଜଣଙ୍କୁ ନାଗାଲାଣ୍ଡର ଦିମାପୁର ସହରକୁ ପଠାଇ ଦିଆଯାଇଛି । ଏକ ସ୍ୱତନ୍ତ୍ର ବସରେ ସେମାନେ ଯାଇଥିଲା ବେଳେ ଏ ବସ୍ରେ ଛତିଶଗଡ଼ରେ ଅଟକି ରହିଥିବା ୩୩ ଜଣ ନାଗାଲାଣ୍ଡର ପ୍ରବାସୀ ମଧ୍ୟ ନିଜ ରାଜ୍ୟକୁ ଯାତ୍ରା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ କୃଷି କାର୍ଯ୍ୟ ପାଇଁ ସହଯୋଗ ଯୋଗାଇ ଦିଆଯାଉଛି । ଚଳିତ ଖରିଫରେ ସରକାର ୯ ହଜାର ଋଣ ଯୋଗାଇବାକୁ ନିଷ୍ପତି ନେଇଥିଲା ବେଳେ ଏଯାଏ ୨୬୪୯ କୋଟି ଟଙ୍କା ଋଣ ବଂଟନ କରାଯାଇଛି । ସରକାର ଚାଷୀଙ୍କ ଉତ୍ପାଦନ ସାମଗ୍ରୀ ବିକ୍ରିବଟାରେ ସହଯୋଗ ପାଇଁ ଅଂଟା ଭିଡ଼ି ୧୦ କୋଟି ୪୯ ଲକ୍ଷ ଟଙ୍କାର ୧୭୭୧ ଟନ୍ ମୁଗ ଓ ତୈଳବୀଜ ସଂଗ୍ରହ କରିଛନ୍ତି । ରବି ଫସଲ ବିକ୍ରି କରିବାକୁ ୧୫ ହଜାର ୯୦୦ ଚାଷୀନାମ ପଞ୍ଜୀକରଣ କରିଛନ୍ତି । ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଥିଲା ବେଳେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଶୁଖିଲା ପୁଷ୍ଟିକର ଖାଦ୍ୟ ତାଙ୍କ ଦୁଆରେ ପହଂଚାଇ ଦିଆଯାଇଛି । କରୋନା ମହାମାରୀ ମୁକାବିଲା ପାଇଁ ସରକାର ସବୁପ୍ରକାର ଅନୁକୂଳ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉକ୍ତ କ୍ୱାରେଂଟାଇନ କେନ୍ଦ୍ର ଗୁଡିକରେ ଯେଉଁ ଅନ୍ତେବାସି ସବୁ ନିୟମମାନି ରହିବା ସମୟ କାଳ ପୁରଣ କରିଛନ୍ତି, ସେମାନଙ୍କୁ ଏ ବାବଦ ୨ ହଜାର ଟଙ୍କା ଲେଖାଏଁ ରାଶି ସ୍ଥାନୀୟ ସରପଂଚମାନେ ପ୍ରଦାନ କରିବେ । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲା ଗୁଡିକର ଜିଲ୍ଲାପାଳମାନେ ସମିକ୍ଷା କରିବା ସହିତ ଠିକ୍ ଭାବେ ଅର୍ଥରାଶି ବଂଟନ ନେଇ ନିଦେ୍ର୍ଧଶ ଦେବେ ବୋଲି ଜଣାପଡିଛି ।

Comments (0)
Add Comment