ଗୋଲାମୁଣ୍ଡା : ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ଜନସାଧାରଣଙ୍କୁ ପାନୀୟ ଜଳ ସେବନ ନିମନ୍ତେ ଦୀର୍ଘ ଦିନରୁ ସମସ୍ୟା ଦେଖା ଦେଇ ଆସୁଥିଲା। କିନ୍ତୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୋଳାମୁଣ୍ଡାର ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଣ କରିବା ନେଇ ୧୭୮କୋଟି ଟଙ୍କା ବିନିମୟରେ ମେଘା ପାନୀୟ ଜଳ ପ୍ରକଳ୍ପ କରିବା ନେଇ ନିଷ୍ପତ୍ତି ନେଇଥିଲେ। ଆଉ ତାହା କାର୍ଯ୍ୟକାରୀ ହୋଇ ଠିକାଦାର ମାଧ୍ୟମରେ କାମ ଚାଲୁଛି। କିନ୍ତୁ ଯାହା କାର୍ଯ୍ୟ କରାଯାଉଛି ତାହା ଠିକାଦାର ମାନେ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ଲୋକେଲୋଚନରେ ଚର୍ଚ୍ଚା ହେଉଛି । ଏବେ ବ୍ଲକର ପ୍ରତ୍ୟେକ ଗ୍ରାମରେ ପାଣି ଯୋଗାଣ ନେଇ ଅନେକ କଂକ୍ରିଟ ରାସ୍ତା ଗୁଡିକୁ ଗାତ ଖୋଲି ପ୍ଲାଷ୍ଟିକ ଓ କେଉଁଠି ଲୁହା ପାଇପ ପୋତି ମାଟି ପୋତା ଯାଉଛି। କିନ୍ତୁ ସେଠାରେ ପୂର୍ଣ୍ଣ ମାତ୍ରାରେ ମାଟି ନ ପୋତି ଅନେକ ଗୁଡିକ ମାଟି ବଳକା ରହିଯାଉଛି । ଏପଟେ ପ୍ରଧାନମନ୍ତ୍ରୀ କଂକ୍ରିଟ ରାସ୍ତା ଦେଇ ଗାତ ଖୋଲା ଯାଉଛି ତା ଉପରେ ସିମେଣ୍ଟ ଦେଇ ସମତୁଲ କରିବା ନିୟମ ଥିବା ବେଳେ କେବଳ ମାଟି ଖଣ୍ଡିକ ଢାଳି ଦେଉଛନ୍ତି। ମେଘା ପ୍ରକଳ୍ପର ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଜନସାଧାରଣଙ୍କ କଥାକୁ ଭ୍ରୁକ୍ଷେପ ନ କରି ମନ ଇଚ୍ଛା ଚଳାଇଛନ୍ତି କାମ । ଏହି ରାସ୍ତା ଦେଇ ଯାତାୟତ କରୁଥିବା ଗାଡି ମଟର ଖୋଲିଥିବା ଗାତ ଗୁଡିକରେ ଫସିଯାଇ ଅନେକ ଦୁର୍ଘଟଣାଗ୍ରସ୍ତ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସରକାର ଗମନାଗମନ ପାଇଁ ଗାଁ ଗାଁକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ଗୁଡିକ ନିର୍ମାଣ କରିଛନ୍ତି । ଯାହାକି ଗାଁ ପୁର ପଲ୍ଲୀରୁ ନିର୍ମାଣ ହୋଇ ପୂର୍ତ୍ତ ବିଭାଗ ରାସ୍ତା ସହିତ ଯୋଡିତ କରାଯାଇଛି । ହେଲେ ମେଘା ପ୍ରକଳ୍ପ କର୍ମଚାରୀମାନେ ରାସ୍ତା ଭାଙ୍ଗି ଦେଇ ପାଣି ପାଇପ ପୋତି ରାସ୍ତାର ମରାମତି ନ କରିବା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପାଇଛି । ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ମେଘା ପ୍ରକଳ୍ପ ଦ୍ବାରା ଭଙ୍ଗାଯାଇଥିବା ରାସ୍ତା ଘାଟ ଉପରେ ତଦନ୍ତ କରି ମେଘା ପ୍ରକଳ୍ପ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।