ମୋବାଇଲ୍ ଉପରେ କରୋନା ପ୍ରଭାବ : ମାର୍ଚ୍ଚରେ କଟିଲେ ୨୮ ଲକ୍ଷ ଗ୍ରାହକ

ଭୁବନେଶ୍ୱର: କରୋନା ମହାମାରୀ ପ୍ରଭାବରେ ୨୦୨୦ ମାର୍ଚ୍ଚରେ ଦେଶବ୍ୟାପି ମୋବାଇଲ୍ ଗ୍ରାହକ ସଂଖ୍ୟା ୨୮ ଲକ୍ଷ ୩୬ ହଜାର କମିଛି । ଫଳରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୧୧୫ କୋଟି ୭୭ ଲକ୍ଷ ୪୮ ହଜାର ୫୦୪କୁ ଖସିଆସିଛି । ଗତ ଫେବ୍ରୁଆରିରେ ୧୧୬ କୋଟିରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍ ସଂଯୋଗ ଥିଲା । ଭାରତୀୟ ଦୂରସଂଚାର ନିୟାମକ କତୃପର୍କ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯିବା ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରେ ଓଡ଼ିଶା ୪୭, ୫୯୫ ଜଣ ମୋବାଇଲ୍ ଗ୍ରାହକଙ୍କୁ ହରାଇଛି । ଗତ ଫେବ୍ରୁଆରିରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୩ ଲକ୍ଷ ୭୮ ହଜାର ୭୩୫ ଥିଲା । ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୩ ଲକ୍ଷ ୩୧ ହଜାର ୧୪୦କୁ ହ୍ରାସ ପାଇଛି । ରାଜ୍ୟର ମୋଟ୍ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରୁ ଜିଓ ପାଖରେ ସର୍ବାଧିକ ୧ କୋଟି ୨୫ ଲକ୍ଷ ୧୫ ହଜାର ୧୩୭ ଜଣ ଗ୍ରାହକ ଅଛନ୍ତି । ଏୟାରଟେଲ୍ ପାଖରେ ୧ କୋଟି ଆଇଡିଆ ପାଖରେ ୩୧ ଲକ୍ଷ ୫୯ ହଜାର ୨୮୪ ଓ ବିଏସ୍ଏନ୍ଏଲ୍ ପାଖରେ ୬୨ ଲକ୍ଷ ୨୭ ହଜାର ୯୫୬ ଜଣ ଗ୍ରାହକ ଅଛନ୍ତି । ଗତ ମାର୍ଚ୍ଚରେ ରିଲାଏନ୍ସ ଜିଓ ସର୍ବାଧିକ ୧.୮୯,୫୫୦ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ବିଏସ୍ଏନ୍ଏଲ୍ ୫୨,୧୮୮ ନୂତନ ଗ୍ରାହକ ହସଲ କରିଛି । ମାତ୍ର ଭୋଡାଫୋନ୍ ଆଇଡ଼ିଆ ୧,୮୨,୫୦୬ ଓ ଭାରତୀ ଏୟାରଟେଲ୍ ୧.୦୬,୮୮୭ ଜଣ ଗ୍ରାହକ ହରାଇଛନ୍ତି । ଏହି ମାସ ୨୫ରୁ ଦେଶରେ ଲକ୍ଡାଉନ୍ ଆରମ୍ଭ ହୋଇଥିଲା । ଗତ ମାର୍ଚ୍ଚରେ ଓଡ଼ିଶା ୫୧୧ ଜଣ ଲ୍ୟାଣ୍ଡଲାଇନ୍ ଗ୍ରାହକ ମଧ୍ୟ ହରାଇଛି । ମୋଟ ଲ୍ୟାଣ୍ଡଲାଇନ୍ ଗ୍ରାହକ ସଂଖ୍ୟା ଗତ ଫେବ୍ରୁଆରିରେ ୨ ଲକ୍ଷ ୧୦ ହଜାର ୫୧୦ ଥିଲା । ମାର୍ଚ୍ଚ ସୁଦ୍ଧା ତାହା ୨ ଲକ୍ଷ ୯ ହଜାର ୯୯୯କୁ ହ୍ରାସ ପାଇଛି । ବିଏସ୍ଏନ୍ଏଲ୍ ପାଖରେର ୧ ଲକ୍ଷ ୮୫ ହଜାର ୭୩୧ ଲ୍ୟାଣ୍ଡଲାଇନ୍ ଗ୍ରାହକ ଅଛନ୍ତି । ମାର୍ଚ୍ଚରେ ବିଏସ୍ଏନ୍ଏଲ୍ ୧୦୯୮ ଜଣ ଲ୍ୟାଣ୍ଡଲାଇନ୍ ଗ୍ରାହକ ହରାଇଛି । ଭୋଡାଫୋନ୍ ଆଇଡିଆ ଓ ରିଲାଏନ୍ସ ଜିଓ ଲ୍ୟାଣ୍ଡଲାଇନ୍ ଗ୍ରାହକ ବଢ଼ାଇବାରେ ସଫଳ ହୋଇଛନ୍ତି । ଭୋଡାଫୋନ୍ ଆଇଡିଆ ୩୦ ନୂଆ ସଂଯୋଗ ଦେଇଥିବା ବେଳେ ଜିଓ ୫୨୭ ନୂଆ ସଂଯୋଗ ଦେଇଛି । ସେହିପରି ପୁରୁଣା ଗ୍ରାହକ କଟିବା ଓନୂଆ ଗ୍ରାହକ ଯୋଗ ହେବା ହିସାବ କରିବା ପରେ ମାର୍ଚ୍ଚରେ ମୋଟ୍ ଲ୍ୟାଣ୍ଡଲାଇନ୍ ଗ୍ରାହକ ସଂଖ୍ୟା ୫୧୧କୁ କମିଛିି ।

Comments (0)
Add Comment