ମୌଳିକ ସମସ୍ୟା ଦୂର ପାଇଁ ଅଣ୍ଟା ଭିଡିଲେ ପାଲଲହରା ବିଧାୟକ

କଣିହାଁ ବ୍ଲକ :କଣିହାଁ ବ୍ଲକ ପାଲଲହରା ନିର୍ବାଚନ ମଣ୍ଡଳୀ ଡେରଙ୍ଗ ଗ୍ରାମ ପଞ୍ଚାୟତର ମୌଳିକ ସମସ୍ୟାର ସମାଧାନ ନେଇ ପାଲଲହରା ଯୁବ ବିଧାୟକ ମୁକେଶ କୁମାର ପାଳ ଅଣ୍ଟା ଭିଡିଛନ୍ତି । ବ୍ଲକବାସୀଙ୍କ ସରଳ ସୁନ୍ଦର ଜୀବନ ଯାପନ ପାଇଁ ଆରମ୍ଭ ହୋଇଛି ପରିବର୍ତ୍ତନ ଯାତ୍ରା । ପାଲଲହରା ବିଧାୟକ ମୁକେଶ କୁମାର ପାଳଙ୍କ ନେତୃତ୍ବରେ ଶତାଧିକ କାର୍ଯ୍ୟକର୍ତ୍ତା ଗାଁ ଗାଁ ଯାଇ ଲୋକଙ୍କ ସହ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରଥମେ ହରିହରପୁର ପଞ୍ଚାୟତ ବି କୋଲଣି ଠାରେ ଜଗନ୍ନାଥ ମନ୍ଦିର ପାଇଁ ଭୂମି ପୂଜନ ଶୁଭ ଦେଇଥିଲେ l ପରେ ଡେରଙ୍ଗ ଗ୍ରାମ ପଞ୍ଚାୟତକୁ ଯାଇ ପଞ୍ଚାୟତର,ଡେରଙ୍ଗ, ବୁଲୁ,ତାରିଣୀ ଛକ ଠାରୁ ଘଣ୍ଟିଆନଳୀ କଂକ୍ରିଟ ରାସ୍ତା ନିର୍ମାଣ ,ଘଣ୍ଟିଆନଳୀବାବାଜୀ ଟୁଙ୍ଗି ଭୂମି ପୂଜନ ପରେ ମହନିପାଳେ ଗାଁରେ ପହଞ୍ଚ ଥିଲେ। ଗାଁ ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ବିଶେଷକରି ଜନସାଧାରଣଙ୍କ ସ୍ବାସ୍ଥ୍ୟ ସମସ୍ୟା ,କିଡିନୀ ରୋଗୀଙ୍କୁ ସ୍ଵାସ୍ଥ୍ୟ ସେବା ଓ ଚିକିତ୍ସା ଯୋଗାଇ ଦେବା,ଚାଷୀଙ୍କର ଜଳସେଚନ ସମସ୍ୟା ଓ ଧାନ ବିକ୍ରୟ ସମସ୍ୟାର ସମାଧାନ କରିବା ତଥା ଜେ ଆଇ ଟି ପି ଏଲ ମନୋମୁଖୀ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇ ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି । କଣିହାଁ ବ୍ଲକରେ ଧାନ ଫସଲ ସହିତ ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଫସଲ ଚାଷ କରିବା ସହିତ କୃଷି ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ସେହିପରି ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ସମସ୍ୟା ସମାଧାନ କରିବା ଦାବି ନେଇ ଏହି ପରିବର୍ତ୍ତନ ଯାତ୍ରା ଆରମ୍ଭ ହୋଇଛି । ସମସ୍ୟା ବହୁଳ ଗ୍ରାମ ଗୁଡିକରେ ବିକାଶ ହୋଇ ପାରୁ ନଥିବା ପାଲଲହରା ବିଧାୟକ ନିଜେ ଗାଁ ଗାଁ ବୁଲି ଦେଖିଥିଲେ l ଆଲୋଚନା କରିବା ସହ ସମସ୍ତ ଦାବିର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Comments (0)
Add Comment