ମୟୁରଭଞ୍ଜ ଆଦିବାସୀ “ହୋ ସମାଜ କମିଟି” ର ସଭାପତି ଓ ଉପ ସଭାପତି ଚୟନ

କରଞ୍ଜିଆ : ମୟୁରଭଞ୍ଜ ଆଦିବାସୀ ହୋ ସମାଜ କମିଟି ର ସଭାପତି ଓ ଉପସଭାପତି ନିଜ ପଦବୀ ଛାଡିବାରୁ ଆଜି ସଭାପତି ଓ ଉପସଭାପତି ପଦ ନିମନ୍ତେ କରଞ୍ଜିଆ ବ୍ଲକ ଅନ୍ତର୍ଗତ ଅନ୍ଧାରଝରୀ ଗ୍ରାମରେ ହୋ ସମାଜ ର ବାଗୁନ ଶୁଣ୍ଢୀ ଙ୍କ ଅଧ୍ୟକ୍ଷତା ରେ ତଥା ପୂର୍ବତନ ସଭାପତି ମୋଟକା ବିରୁଆଙ୍କ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହୋଇ କର୍ମକର୍ତ୍ତା ଚୟନ ହୋଇଥିଲା. ବୈଠକ ରେ ସର୍ଵ ସମ୍ମୋତି କ୍ରମେ ସଭାପତି ଭାବେ  ଦେବେନ୍ଦ୍ର ନାଥ ବାକମୁଚ ଓ ଉପସଭାପତି ଭାବେ ଜେମାମଣି ସୋରେନ ନିର୍ବାଚିତ ହୋଇଥିଲେ. କମିଟିର ବରିଷ୍ଠ ସଦସ୍ୟ ଶୁକୃଳି ବ୍ଲକ ଉପାଧ୍ୟକ୍ଷ ସୀତାରାମ ଚାତରା, କେରକେରା ପଞ୍ଚାୟତ ର ସମିତି ସଭ୍ୟ ଜୁଆଲ ମୁଣ୍ଡା ନବ ନିର୍ବାଚିତ ସଭାପତି ଓ ଉପ ସଭାପତି ଙ୍କୁ ସମର୍ଥନ ଜଣାଇଥିଲେ.ଉକ୍ତ ବୈଠିକରେ ହୋ ସମାଜ ର ପୁରାତନ କମିଟିର କାର୍ଯ୍ୟକର୍ତ୍ତା ସହିତ ରୁକ୍ମନି ପୂର୍ତ୍ତି, ଶାନ୍ତିଲତା ଚମ୍ପିୟା, ପିଥନାଥ ମୁଣ୍ଡାରୀ, ସରୋଜ ହନହୋଗା, ବୁଧୁରାମ ସିଦୁ, ହେମାନନ୍ଦ ଜେରାଇ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ. ଶେଷରେ ନୂତନ ସଭାପତି ଓ ଉପସଭାପତି ଙ୍କ ସମସ୍ତେ ସ୍ୱାଗତ ଜଣାଇଥିଲେ. ନୂତନ ସଭାପତି ଦେବେନ୍ଦ୍ର ନାଥ ବଲାମୁଚୁ ନିଜ ପ୍ରତିକ୍ରିୟା ରେ ସମାଜର ଭାଷା, ସଂସ୍କୃତିର ଉନ୍ନତି ସମସ୍ତଙ୍କ ସହଯୋଗରେ କରିବି ବୋଲି କହିଥିଲେ ଓ କୋଲ ଗୁରୁ ଲାକ ବଦ୍ରା ଙ୍କ ଫୋଟ ଚିତ୍ରରେ ମାଲ୍ୟାରୋପଣ କରି ଶ୍ରଦ୍ଧା ସୁମନ ଜଣାଇଥିଲେ. ଶେଷରେ ଜୁଆଲ ମୁଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ |

Comments (0)
Add Comment