ଯନ୍ତ୍ରଣା ଦେଉଛି ମେଦନା -ଝରୀଗାଁ ନିର୍ମାଣଧୀନ ରାସ୍ତା

ଝରୀଗାଁ : ବହୁ ଦିନ ଆଗରୁ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପଡ଼ିଥିଲେ ମଧ୍ୟ ବର୍ଷାର ପ୍ରାରମ୍ଭରେ ରାସ୍ତା କାମ ଆରମ୍ଭ କରିଛନ୍ତି ଠିକାଦାର |ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ରାସ୍ତାର ଦୁଇ ପାର୍ଶ୍ଵରେ ଲଗାଯାଇଥିବା ଗଛସବୁ କାଟି ମାଟି ପକାଯାଇ ତା ଉପରେ ରୋଲର ଲଗେଇ ସମତୁଲ କରାଯାଇଛି ଏବଂ ରାସ୍ତାର ବିଭିନ୍ନ ସ୍ଥାନ ମାନଙ୍କରେ କଲଭର୍ଟ ସବୁ ନିର୍ମାଣ କରାଯାଉଛି |ରାସ୍ତାଉପରେ ଅନବରତ ଯାନବାହାନର ଚଳାଚଳ ଲାଗିରହିଛି ତେଣୁ ମାଟି ସବୁ ପିଚୁ ପଡ଼ିଥିବା ରାସ୍ତା ଉପରେ ମଧ୍ୟ ମାଟି କାଦୁଅ ପୋତି  ହେଲାଣି |ଫଳରେ ଅସରାଏ ବର୍ଷା ହେଲେ ରାସ୍ତାରେ ଯିବା ଆସିବାରେ ବଡ଼ ସମସ୍ୟା ଦେଖା ଦେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି |ରାସ୍ତାରେ ଚକଟା ମାଟି ପଡିଥିବାରୁ ଯାନବାହାନ ଚଳାଚଳ ରେ ବାଧାପ୍ରାପ୍ତ ହେଉଛି |ଚକରେ ମାଟି ଭରି ଯିବା ସହିତ ଚକସବୁ ସ୍ଲିପ କରୁଛି, ତେଣୁ ଅଧିକାଂଶ ସମୟରେ ଗାଡି ଚାଳକମାନେ ରାସ୍ତାରେ ପଡିଯାଉଥିବା ଦୃଷ୍ଟି ଗୋଚର ହେଉଛି |ଅତି ସାବଧାନ ସହିତ ଗାଡି ଚଳାଉଥିଲେ ମଧ୍ୟ ଶତ ପ୍ରତିଶତ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଛି |ଦୁଇଟି ବାଇକ ମଧ୍ୟ ରାସ୍ତା ଉପରେ ପରସ୍ପର କୁ ରାସ୍ତା ଦେବା ସମ୍ଭବ ହେଉନି |ମଟର ସାଇକେଲ ରେ ଦୁଇଜଣ ବ୍ୟକ୍ତି ମଧ୍ୟ ବସିକି ଯିବା କାଠିକର ପାଠ ହେଇ ଯାଉଛି ଭାରି ଯାନବାହାନ ରାସ୍ତାରେ ଯିବା ଆସିବା କରୁଥିଲେ ମଟର ସାଇକେଲ ଚାଳକ ମାନଙ୍କୁ ଗାଡିରୁ ଓଲେହି ଛିଡା ହେବାକୁ ପଡୁଛି |ବିଶେଷକରି ମେଦନା ଗ୍ରାମ ଠାରୁ ଫୁଫୁଗାଁ ଗ୍ରାମ ୧୦ କି.ମି  ରୁ ଉର୍ଦ୍ଧ ବାଟ  ପର୍ଯ୍ୟନ୍ତ ମାଟି ପାଟି ହୋଇଥିବା ରାସ୍ତା ର ଅବସ୍ଥା ଅତୀବ ଶୋଚନୀୟ |ରାସ୍ତାର ଏପରି ଅବସ୍ଥା ଯୋଗୁଁ ବିଶେଷ କରି ପାଳିଆ ପଂଚାୟତ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି |ପାଳିଆ ପଂଚାୟତ ବାସୀ ତାଙ୍କର ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ଅଧିକାଂଶ ସମୟରେ ଡାବୁଗାଁ ଏବଂ ଝରୀଗାଁ କୁ ଯାଇଥାନ୍ତି, ହେଲେ ରାସ୍ତାର ଏଭଳି ଅବସ୍ଥା ତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି | ମେଦେନାଠାରୁ ଝରିଗାଁ ୨୦ କି.ମି ରାସ୍ତା ବର୍ଷ ବର୍ଷ ଧରି ଶୋଚନୀୟ ଅବସ୍ଥାରେ ରହିଥିଲା। ମାର୍ଚ୍ଚ ମାସରେ କାମ ଆରମ୍ଭ ବୋଲି ପୂର୍ତ୍ତବିଭାଗ ଯନ୍ତ୍ରୀ ମନୋଜ ସାହୁ ପ୍ରକାଶ କରିଥିଲେ କିନ୍ତୁ ସମୟନୁସାରେ ଆରମ୍ଭ ନ ହୋଇ  ବର୍ଷା ଋତୁ ପ୍ରାରମ୍ଭରେ ନିର୍ମାଣ କାର୍ଯ୍ୟ କରିବାରୁ ଯାତାୟତରେ ଯମ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ। ନବରଙ୍ଗପୁର ଜିଲ୍ଲା ସଦରକୁ ଯିବାକୁ ଏହି ବାଟରେ କମ୍ ଦୂରତା ପ୍ରାୟ ୨୦ କି ମି ବାଟ କମ୍ ହେଉଥିବାରୁ ପୋଡଶି ଛତିଶଗଡ଼ ଏବଂ ଚନ୍ଦାହାଣ୍ଡି ଝରିଗାଁ ବ୍ଲକ୍ ବାସୀ ଏହି ରାସ୍ତା ଉପରେ ନିର୍ଭର କରି ଆସୁଛନ୍ତି। ରାସ୍ତା ନିର୍ମାଣ ଶେଷ କରିବାକୁ ଠିକାଦାର ଓ ପ୍ରଶାସନ କେତେ ଗୁରୁତର ସହ କାମ କରୁଛନ୍ତି ବାକି ରହିଲା।

Comments (0)
Add Comment