ଯାଜପୁରରେ କେନ୍ଦ୍ରୀୟ ପ୍ରତିନିଧି ଦଳର ବନ୍ୟା କ୍ଷୟକ୍ଷତି ସମୀକ୍ଷା

ଯାଜପୁର: ଯାଜପୁର ଜିଲ୍ଲାରେ ୨୦୨୦ ଅଗଷ୍ଟ ରେ ସଂଘଟିତ ପ୍ରଳୟଙ୍କରୀ ବନ୍ୟାର ଅନୁଧ୍ୟାନ ପାଇଁ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାରେ ପହଂଚିଚ୍ଥନ୍ତି । ବୁଧବାର ଅପରାହ୍ନରେ ରସୁଲପୁର ବ୍ଳ୍କ ବ୍ରହ୍ମବରଦା ଲେଙ୍କାସାହି ଘାଇ ଅଂଚଳକୁ ପରିଦର୍ଶନ କରିବା ପରେ ସଂଧ୍ୟାରେ ସେମାନେ ଜିଲ୍ଲାରେ ପହଞ୍ଚିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବନ୍ୟାର ସ୍ଥିତି, କ୍ଷୟ କ୍ଷତି ସଂପର୍କରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଜିଲ୍ଲାପାଳ ଚଳ୍ରବର୍ତୀ ସିଂ ରାଠୋର କମିଟିକୁ ବିସ୍ତୃତ ସୂଚନା ଦେଇଥିଲେ । ଲୋକ ମାନଙ୍କୁ ସତର୍କ ଓ ସଚେତନ କରାଇବା ପାଇଁ ଡାକବାଜି ଯନ୍ତ୍ର, ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯାଇଥିଲା । ଏନ୍.ଡି.ଆର.ଏପଂ. ଋ ୩ ଟି, ଓଡ୍ରାପଂର ୪ ଟି, ଅଗ୍ନିଶମର ୧୭ ଟି ଟିମ୍ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ୯୬୮୨୫ ଲୋକଙ୍କୁ ପାଣି ଘେରରୁ ଓ ବିପଦ ସଙ୍କୁଳ ଅବସ୍ଥାରୁ ନିରାପଦ ସ୍ଥାନକୁ ଅଣାଯାଇଥିଲା । ବନ୍ୟା ଯୋଗୁ ୩୦ ଗୋଟି ଘାଇ ସୃଷ୍ଟି ହୋଇଥିଲା । ୩୦୪ ଟି ସ୍ଥାନରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ବେଳେ ୦୮ ଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳରେ ଲୋକ ମାନଙ୍କୁ ରଖାଯାଇଥିଲା । ଯେ ହେତୁ ବରୀ ବ୍ଳ୍କ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା, ସେଥିପାଇଁ ବରୀ ଲାଗି ସ୍ୱତନ୍ତ୍ର ପ୍ଳାନ କରାଯାଇଥିଲା । ଗ୍ରାମ ପଂଚାୟତ ଓ ଗ୍ରାମ ସ୍ତରରେ ମାଇକ୍ରୋ ପ୍ଳାନ କରାଯାଇ ୨୯ ଟି ପଂଚାୟତ ପାଇଁ ୧୭ ଟି ଟିମ୍ ଗଠନ କରାଯାଇଥିଲା । ଦୈନିକ ତାହାର ମନିଟରିଂ କରାଯିବା ସହ ରିଲିପଂ ବଣ୍ଟନ ଓ ଘର ଭଙ୍ଗାର ତଦନ୍ତକୁ ତ୍ୱରାନ୍ୱିତ କରାଯାଇଥିଲା । ଯାହାକୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ତଦାରଖ କରିଥିଲେ । ତତ୍ ସହିତ ସରକାର ଘୋଷଣା କରିଥିବା ପଚାଶ କେଜି ଚାଉଳ, ପାଞ୍ଚ ଶହ ଟଙ୍କାର ସହାୟତା ଜିଲ୍ଲାର ୬୯୫ ଗ୍ରାମର ୧୯୧୯୪ କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଦାନ କରାଯିବ । ବର୍ତମାନ ସୁଦ୍ଧା ୩୬୨୮୧ ସଂଖ୍ୟକ ପଲିଥିନ୍ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯାଇଚ୍ଥି । ସେହିପରି ୬୭୩.୭୫ ମେଟ୍ରିକ ଟନ୍ ଗୋ-ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଚ୍ଥି । ମୋଟ ଉପରେ ଜିଲ୍ଲାର ୩୧୧ ମଧ୍ୟରୁ ୨୫୮ ଟି ପଂଚାୟତର ୧୨୪୪ ଗାଁ ଓ ଯାଜପୁର ପୈାରାଂଚଳ ପ୍ରଭାବିତ ହୋଇଥିଲା । ୮୨୦ ଟି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ୧୦ ଜଣ ବ୍ୟକ୍ତି ଙ୍କର ମୃତୁ୍ୟ ଘଟିଥିଲା । ଅପର ପକ୍ଷରେ ୨୨୯୦୯ ପକ୍ଷୀ ସମ୍ପଦଙ୍କର କ୍ଷତି ଘଟିଥିଲା । ୨ ଟି ପକ୍କା ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ୪୫୭ଟି କଚ୍ଚା ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଚ୍ଥି । ୨ ଟି ପକ୍କା ଘର ଅଧିକ ପରିମାଣରେ ବା ସିଭିଅର ଭାବେ, ୧୭୦୮ ଟି ପକ୍କା ଘର ଅଧିକ ମାତ୍ରାରେ, ୩୧୯ ଟି ପକ୍କା ଘର ଆଂଶିକ, ୨୧୧୧୬ ଟି କଚ୍ଚା ଘର ଆଂଶିକ ଭାବେ, ୩୪୪୧ ଟି କୁଡିଆ କ୍ଷତିଗ୍ରସ୍ତ ଓ ୧୪୮୯୦ ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଚ୍ଥି । ୫୩୬ ଟି ସ୍କୁଲ ଘର, ୨୨୭ ଟି ଅଙ୍ଗନୱାଡି ଗୃହ, ୩୪୫ ଟି ସରକାରୀ କୋଠାବାଡି, ୧୧ ଟି ଗ୍ରାମ୍ୟ ଜଳ ଯୋଗାଣର ବିଲଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୯୧.୭୨୫ କି.ମି. ରାସ୍ତା ୧୭୮ ଟି ବ୍ରିଜ କଲଭର୍ଟ କ୍ଷତିଗ୍ରସ୍ତ ହୋଇଚ୍ଥି ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ସୂଚନା ଦେଇଥିଲେ । କମିଟିର ସଦସ୍ୟ ମାନେ ବିବିଧ ପ୍ରଶ୍ନ ମାଧ୍ୟମରେ ଅଧିକ ତଥ୍ୟ ହାସଲ କରିଥିଲେ ।

Comments (0)
Add Comment