ଯାଜପୁରରେ ଜାତୀୟ ପ୍ରଦ୍ୟୁଷଣ ନିରୋଧ ଦିବସ ପାଳିତ

ଯାଜପୁର: ବୁଧବାର ପୂର୍ବାହ୍ନରେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରଦ୍ୟୁଷଣ ନିରୋଧ ଦିବସ ପାଳିତ ହୋଇଯାଇଚ୍ଥି । ଅନଲାଇନ ବ୍ୟବସ୍ଥା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରୱର୍ତୀ ସିଂ ରାଠୋର ପ୍ରଦ୍ୟୁଷଣ ସମସ୍ୟା ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଚ୍ଥି ବୋଲି କହିଥିଲେ । ବିଦ୍ୟାଳୟ ସ୍ତରରୁ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ପ୍ରଦ୍ୟୁଷଣ ନିୟନ୍ତ୍ରଣ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ସରକାର, ପ୍ରଶାସନ ଅନେକ ସଂଗଠନ ଓ ବ୍ୟକ୍ତି ବିଶେଷ ପ୍ରଦ୍ୟୁଷଣ ନିରୋଧ ପାଇଁ ଅନେକ ପଦକ୍ଷେପ ନେଇଚ୍ଥନ୍ତି । ତେବେ ଏହାର ସୁପଂଳ ସମସ୍ତଙ୍କ ଉଦ୍ୟମରେ ପ୍ରାପ୍ତ ହୋଇପାରିବ ବୋଲି ସେ କହିବା ସହ ପରିବେଶ ସମିତି ଆନୁକୂଲ୍ୟରେ ସବୁଜ ପରିବେଶ ପରିକ୍ରମା ନାମରେ ପ୍ରସ୍ତୁତ ପୁସ୍ତକଟିର ଉନ୍ମୋଚନ କରିଥିଲୋ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପ୍ରଦ୍ୟୁଷଣ ମୁକ୍ତ ସମାଜ ଗଠନ କ୍ଷେତ୍ରରେ ପରିବେଶ ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ବିଶେଷ କରି ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ଇକୋ କ୍ଳ୍ବ ମାଧ୍ୟମରେ ବ୍ୟାପକ ବୃକ୍ଷ ରୋପଣ ଓ ସୁସ୍ଥ ପରିବେଶ ସୃଷ୍ଟି ପାଇଁ ଉଦ୍ୟମକୁ ଅବ୍ୟାହତ ରଖିବାକୁ ସେ ପରାମର୍ଶ ଦେଇଥିଲେ । ପରେ ପ୍ରଦ୍ୟୁଷଣ ନିରୋଧ ସଂପର୍କରେ ଏକ ଆଲୋଚନା ଚକ୍ର ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲାା ଏଥିରେ ପରିବେଶ ସମିତିର ସଦସ୍ୟ, ପ୍ରଦ୍ୟୁଷଣ ନିୟନ୍ତ୍ରଣରେ ଜଡିତ ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଅନ୍ଲାଇନ୍ ମାଧ୍ୟମରେ ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ । ପରିବେଶ ସମିତିର ସଂପାଦକ ଡଃ ଶରତ କୁମାର ସାହୁ ଓ ଯୁଗ୍ମ ସଂପାଦକ ମଳୟ କୁମାର ମିତ୍ର ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Comments (0)
Add Comment