ବ୍ୟାସନଗର : ଯାଜପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସଡ଼କ ସୁରକ୍ଷା ସପ୍ତାହ ଆସନ୍ତା ଜାନୁଆରୀ ୧୭ ତାରିଖ ଯାଜପୁର ରୋଡ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଶିବିର ପାଇଁ ଆଜି ରବିବାର ସକାଳ ୧୦ ଘଟିକା ସମୟରେ ଯାଜପୁର ରୋଡ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ସଭାପତି ଅମିୟ ରଞ୍ଜନ ବାରିକ୍ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୁଖ୍ୟତ ଡ୍ରାଇଭର ଭାଇ ଓ ଡ୍ରାଇଭିଂ କରୁଥିବା ଲୋକ ମାନଙ୍କର ଚକ୍ଷୁ ପରିକ୍ଷା କରାଯାଇ ଏହାର ନିରାକରଣ କରାଯିବ। ଏଣୁ ଯାଜପୁର ରୋଡ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟରେ ଡ୍ରାଇଭର ସଂଘ, ବ୍ୟାସନଗର, କୋରେଇ ଓ ଯାଜପୁର ରୋଡ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଓ ସଭ୍ୟ ମାନଙ୍କୁ ଏକତ୍ରିତ କରି ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ସହଯୋଗ ରେ ଏକ ଚକ୍ଷୁ ଚିକିତ୍ସା ଶିବିର କୁ ସଫଳ କରିବାକୁ ସମସ୍ତ ଉପସ୍ଥିତ ସଭ୍ୟମାନେ ମତ ଘୋଷଣା କରିଥିଲେ। ଶେଷରେ ଧନ୍ୟବାଦ ଦେଇ ସଭାଟିକୁ ସଂଗ କରାଯାଇଥିଲା । ଉକ୍ତ ବୈଠକ ରେ ସଂପାଦକ ଦିଲ୍ଲୀପ କୁମାର ମଲ୍ଲିକ,ଅଶୋକ କୁମାର ନାୟକ,ପ୍ରଦ୍ୟୁମ୍ନ କୁମାର ବୋଇତାଇ, କିଶୋର ରାଉତ, ସମିର ପରିଡା, ସ୍ମୁତି ଘଡାଇ , ଅଶୋକ ସାହୁ, ସାହେବ୍ ଜାନ ବେଗ୍ଅ, ଲରାଜା ବେଗ୍, ଶ୍ରୀନିବାସ ଜେନା ଓ ଓଡ଼ିଶା ଡ୍ରାଇଭର ମହାସଂଘ ବ୍ୟାସନଗର ପକ୍ଷରୁ ସଭାପତି-ଜଗନ୍ନାଥ ସାହୁ, ଉପସଭାତି-ସପନ ସିଙ୍ଗ୍, ଉପଦେଷ୍ଟା-ଶୁବାସ ବାରିକ୍ କୋରେଇ ବ୍ଲକ ସଭାପତି-ବାବୁଲି ମୂଦୁଲି,କୋଷାଦକ୍ଷ୍ୟ-ଶତ୍ରୁଘନ ପାଳ, ହରିହର ଦାସ ଓ ବହୁ ଟ୍ରକ ମାଲିକ ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ ।