ଯାଜପୁର : ଯାଜପୁର ଠାରେ ୫ମ ଜିଲ୍ଲା ପରିଷଦର ଦ୍ୱାଦଶ ସ୍ୱତନ୍ତ୍ର ବୈଠକ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି ସ୍ୱତନ୍ତ୍ର ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରି କହିଲେ ଯେ, ଜିଲ୍ଲାରେ ୧୦ ଗୋଟି ବ୍ଳ୍କରେ ଅବସ୍ଥିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବିଭିନ୍ନ ରାସ୍ତାର ମରାମତି ଓ ନିର୍ମାଣ ନିମନ୍ତେ ସମସ୍ତ ଜିଲ୍ଲା ପରିଷଦର ସଭ୍ୟ ଓ ସଭ୍ୟା, ବ୍ଳ୍କ ଅଧ୍ୟକ୍ଷା/ଅଧ୍ୟକ୍ଷଙ୍କୁ ନେଇ ସୁପାରିଶ ପରେ ତାହା ନିର୍ମାଣ କରାଯିବ । ସେଥି ନିମନ୍ତେ କେଉଁ ବ୍ଳ୍କର କେଉଁ କେଉଁ ରାସ୍ତା ଅନ୍ତର୍ଭୁକ୍ତ ହେବ ତାହାର ସବିଶେଷ ଆଲୋଚନା ନିମନ୍ତେ ଏହି ସ୍ୱତନ୍ତ୍ର ଅଧିବେଶନର ଆବଶ୍ୟକ ପଡିଥିଲା । ସମସ୍ତ ୧୦ ଗୋଟି ବ୍ଳ୍କର କେଉଁ କେଉଁ ରାସ୍ତାର ଦୋହରିକରଣ, ନୂତନ ନିର୍ମାଣ ଊପରେ ଊପସ୍ଥିତ ସଦସ୍ୟା/ସଦସ୍ୟ ଓ ବିଭାଗୀୟ କର୍ମଚାରୀ ଊପସ୍ଥିତ ରହି ଏହାର ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲାର ବଡଚଣା ବ୍ଳ୍କରେ ବାଲିକୁଦା ଠାରୁ ନିଆଳୀ ପର୍ଯ୍ୟନ୍ତ ୧୦.୬୫ କି.ମି., ଚଣ୍ଡିଆ ଠାରୁ ମଝିପଡା ପର୍ଯ୍ୟନ୍ତ ୮.୬ କି.ମି., ପୂର୍ଣ୍ଣଚନ୍ଦ୍ରପୁର ଠାରୁ କୋହ୍ଳ ୬ କି.ମି. ଜାତୀୟ ରାଜପଥ ୧୬ ରୁ ବଡଚଣା ବର୍ଡର ୫.୨ କି.ମି., ପାଥପୁର ଠାରୁ କୋଲଣଗିରି ୫.୪୭୩ କି.ମି., ଖାଡି ଗାଁ ଠାରୁ ବଡଚଣା ଭାୟା ରାହାଲ ୫.୨୯୫ କି.ମି., ବରୀ ବ୍ଳ୍କର ବାଲିଆ ଠାରୁ ଅଲିଆବାଦ ଭାୟା ଧାରପୁର ୯.୪୧୭ କି.ମି., ବରୀ ମାଉଣ୍ଡ ଠାରୁ ଅନ୍ୟାସପୁର ରାସ୍ତା ୯.୯୯ କି.ମି., ସୁକଳ ଠାରୁ ମହାକାଳପଡା ୧୦.୫ କି.ମି. ଓ ବିଂଝାରପୁର ବ୍ଳ୍କର ମଇଁଦା ଠାରୁ କପିଳା କାୟେମା ୫.୬୫ କି.ମି., ପ୍ରୀତିପୁର ଠାରୁ ବିରିପଡା ନାରୀଗାଁ ୧୭.୭୧୨ କି.ମି. ଏବଂ ବରୁଆଁ ଠାରୁ ତାଉଁତରା ୫.୪୦୫ କି.ମି. ପର୍ଯ୍ୟନ୍ତ ଓ ମାଁସଡା ଠାରୁ ସମଲପୁର ୧୧.୮୯୯ କି.ମି. ଓ ଦାନଗଦୀ ବ୍ଳ୍କର ମାନପୁର ଠାରୁ ବେଙ୍ଗପାଟିଆ ୫.୮୫ କି.ମି., ଧୂଳିଆସାହି ଠାରୁ ଚଣ୍ଡିଆପସି ଓ ରୁଗୁଡିସାହି ୫.୦୩ କି.ମି., ଧନଞ୍ଜୟପୁର ଠାରୁ ମଣ୍ଡାପଡା ୬.୦୩ କି.ମି. ଏହିପରି ୧୦ ଗୋଟି ବ୍ଳ୍କରେ ଚୟନ କରାଯାଇଥିବା ରାସ୍ତା ଗୁଡିକର ମରାମତି ଓ ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ସମାପନ କରିବାକୁ ଅଧ୍ୟକ୍ଷ ଶ୍ରୀ ମହାନ୍ତି ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସମସ୍ତ ବ୍ଳ୍କ ଗୁଡିକ ଦାୟିତ୍ୱରେ ଥିବା କର୍ମଚାରୀ ରସ୍ତା ଗୁଡିକର ନାମ ଓ କେଉଁଠାରୁ କେତେଦୂର ପର୍ଯ୍ୟନ୍ତ ରାସ୍ତାର ଦୂରତା ଉପରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସହ ତୁରନ୍ତ ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ । ଉପସ୍ଥିତ ସଭ୍ୟ ଓ ସଭ୍ୟା ସେଗୁଡିକର ସ୍ପଷ୍ଟିକରଣ ଉପରେ ବିଷଦ ଆଲୋଚନା କରିଥିଲେ । ଏଥିରେ ମୋଟ ୧୪୨୦ କି.ମି. ରାସ୍ତା ନିର୍ମାଣ ପାଇଁ ହାତକୁ ନିଆଯାଇଚ୍ଥି ବୋଲି ବୈଠକରେ ନିଶ୍ଚିତ କରାଯାଇଥିଲା । ଆଲୋଚିତ ସମସ୍ତ ବ୍ଳ୍କର ରାସ୍ତା ଗୁଡିକୁ ସହମତି ଭିତ୍ତିରେ ଅନୁମୋଦନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅମୂଲ୍ୟବାଳା ପାତ୍ର, ପ୍ରକଳ୍ପ ନିଦେ୍ର୍ଧଶକ ବିଶାଲ ସିଂହ, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ଗୋପୀନାଥ କୁଅଁର, ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ପରିଷଦର ସମସ୍ତ ସଭ୍ୟା ଓ ସଭ୍ୟ, ସମସ୍ତ ବ୍ଳ୍କର ଅଧ୍ୟକ୍ଷା/ଅଧ୍ୟକ୍ଷ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ କୁଅଁର ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରାଯାଇଥିଲା ।