ଯୁବକଙ୍କୁ ଅପହରଣ କରି ୪ଗିରଫ

ବଲାଙ୍ଗୀର : ବଲାଙ୍ଗୀର ସହର ମାଲପଡାର ପ୍ୟଶାନ୍ତ କ୍ଷେତି ନାମକ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଅପହରଣ ଓ ଲୁଟ କରିବା ଘଟଣାରେ ଟାଉନ ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଲପଡାର ସୌମ୍ୟ ରଞ୍ଜନ ଦାସ(୨୮), ସଦେଇପାଲିର ସଞ୍ଜୀବ ମୁଗ୍ରୀ(୩୮), ହାତୀଶାଲ ପଡାର ବିଶାଳ ସୁନା ଓରଫ ବିକି(୨୨) ଏବଂ ଇଛାପଡାର ଆକାଶ ଷାଣ୍ଡ(୨୫) । ସୁଚନା ଅନୁଯାୟୀ, ପ୍ରଶାନ୍ତ ରେଳଷ୍ଟେସନ ରିଙ୍ଗ ରୋଡ ଠାରେ ଛିଡା ହୋଇଥିବା ବେଳେ ୬ଜଣ ଯୁବକ ଆସି ତାଙ୍କୁ ଟଙ୍କା ମାଗିଥିଲେ । ସେ ଟଙ୍କା ନଦେବାରୁ ତାଙ୍କୁ ଅପହରଣ କରି ସଦେଇପାଲି ବଟଲିଂ ପ୍ଲାଂଟ ନିକଟସ୍ଥ ଜଙ୍କଲକୁ ନେଇ ନିସ୍ତୁକ ମାଡ ମାରିଥିଲେ ।ସକାଳେ ପ୍ରାାନ୍ତକୁ ଛାଡିଦେଇଥିଲେ । ସେମାନଙ୍କ କବଳରୁ ମୁକୁଳିଲା ପରେ ପ୍ରଶାନ୍ତ ଆସି ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେ ପିନ୍ଧିଥିବା ଲକ ୪ଗ୍ରାମ ଓଜନର ସୁନା ଚେନ, ଏକ ସୁନା ମୁଦି, ୭୫୦୦ ଟଙ୍କା ଓ ଏକ ବୁଲେଟ ମୋଟର ସାଇକେଲ ଅଭିଯୁକ୍ତମାନେ ଲୁଟିନେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ ଅଭିଯୁକ୍ତ ବର୍ତମାନ ଫେରାର ଥିବା ଯଣା ପଡିଛି । ଅଭିଯୁକ୍ତଙ୍କ ଠାରୁ ପୋଲିସ ଏକ ବୁଲେଟ, ଟାଙ୍ଗିଆ, ୬ଟି ମୋବାଇଲ ଫୋନ ଜବତ କରିଥିବା ବେଳେ ମେସାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Comments (0)
Add Comment