ଯୋଡା ପୌରପାଳିକାରେ ସ୍ୱଚ୍ଛତା

ଯୋଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ ମିଶନ ଯୋଜନାରେ ସାରା ଦେଶ ଜଡି ହୋଇଥିବା ବେଳେ ସେଥିରୁ ବାଦ୍ ପଡିନାହିଁ ଆମ ରାଜ୍ୟ କେନ୍ଦୁଝର ଜିଲ୍ଲାର ଯୋଡା ପୌରପାଳିକା । ଖଣିପାର୍ବତ୍ୟ ଘେରା ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ଯୋଡା ପୌରପାଳିକା ପାଇଁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଏକପ୍ରକାର ଚ୍ୟାଲେଞ୍ଜ ଥିବା ବେଳେ ତାକୁ ଅତ୍ୟନ୍ତ ନିଷ୍ଠାର ସହ ପୌରପାଳିକା ତାର ଦାୟିତ୍ୱ ସମ୍ପାଦନ କରି ସାରା ରାଜ୍ୟରେ ସ୍ୱଚ୍ଛ ପୌରପାଳିକାର ମାନ୍ୟତା ହାତେଇବା ଯୋଡାବାସୀଙ୍କ ପାଇଁ ଏକ ଗର୍ବ ଓ ଭିନ୍ନ ପରିଚୟ ଆଣି ଦେଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ସମେତ ସମସ୍ତ କର୍ମଚାରୀ ମାନଙ୍କ ଅବଦାନ ଥିବା ବେଳେ ମହିଳା ମାନଙ୍କୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ପୌରପାଳିକା ନିଯୁକ୍ତି ଦେଇଥିବା ସର୍ବାଧିକ ଶ୍ରେୟ ଯାଇଛି ପୌରପାଳିକା ଅଧୀନରେ କାର୍ଯ୍ୟ କରୁଥିବା ୨୪ ଜଣ ମହିଳା ସ୍ୱଚ୍ଛସାଥୀ ଓ ସୁପରଭାଇଜରଙ୍କୁ । ସ୍ୱଚ୍ଛସାଥୀ ଓ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା ଏହି ୨୪ ଜଣ ମହିଳା ଅତ୍ୟନ୍ତ ଉତ୍ସର୍ଗୀକୃତ ଭାବେ ସ୍ୱଚ୍ଛତା ଆଣିବା କ୍ଷେତ୍ରରେ ଦିନରାତି କାର୍ଯ୍ୟ କରିବା ଏବଂ ବସ୍ତି ହାଟିଂ ଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡ ଗୁଡିକରେ ଘରକୁ ଘର ବୁଲି ସ୍ୱଚ୍ଛତାରେ ରହିବା ଦ୍ୱାରା ଲାଭ ଏବଂ ସ୍ୱଚ୍ଛତା ସଚେତନତା ବର୍ତା ପ୍ରଚାର ପ୍ରସାର କରିବା ହିଁ ସଫଳତା ଆଣି ଦେଇଥିଲା । ପୌରପାଳିକାର ୧୪ ଟି ଓାର୍ଡରେ ଥିବା ଏହି ମହିଳାମାନଙ୍କୁ ପୌରପାଳିକାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଇଛି ୨୦୧୯ ମସିହା ଜୁଲାଇ ୧୯ ତାରିଖରେ ୧୪ ଟି ଓାର୍ଡର ୧୯ ଜଣ ସ୍ୱଛସାଥୀ ଓ ୫ ଜଣ ସୁପରଭାଇଜର ପୌରପାଳିକାର ସ୍ୱଚ୍ଛତା କାର୍ଯ୍ୟ ପାଇଁ ନିଯୁକ୍ତି ପାଇଥିଲେ ବୋଲି ସୁପରଭାଇଜର ଅପର୍ଣ୍ଣା ମହାନ୍ତି ଓ ତରନୁମ ପରଭୀନ ପ୍ରକାଶ କରିଛନ୍ତି । ସ୍ୱଚ୍ଛସାଥୀ ଓାର୍ଡର ପ୍ରତ୍ୟେକ ଘରକୁ ଘର ଯାଇ ଲୋକଙ୍କୁ ପୃଥକ ପୃଥକ ଭାବେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ରଖିବା ପାଇଁ ସଚେତନ କରାଇବା ସହିତ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ଅଳିଆ ବୋଝେଇ ଗାଡିରେ ସଂଗ୍ରହ ସଂକ୍ରାନ୍ତରେ ତଦାରଖ କରୁଛନ୍ତି । ମହିଳାମାନଙ୍କର ଏହି ସଶକ୍ତୀକରଣକୁ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟ ଓ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଭୂୟଶୀ ପ୍ରଶଂସା କରିଥିଲେ ।

Comments (0)
Add Comment