ଯୋଡା ପୌରପାଳିକାରେ ସ୍ୱାୟତ ଶାସନ ଦିବସ ପାଳିତ: କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ କଲେ ବିଧାୟିକା


ଯୋଡା: କେନ୍ଦୁଝର ଜିଲା ଯୋଡା ପୌରପାଳିକାରେ କୋଭିଡ କଟକଣାକୁ ମାନିବା ସହିତ ସାମାଜିକ ଦୂରତାକୁ ରକ୍ଷା କରି ସୋମବାର ଦିନ ସ୍ୱାୟତଃ ଶାସନ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ,ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରିିତୀମୟ,ପୂର୍ବତନ ନଗରପାଳ ମଞ୍ଜୁଳା ପାତ୍ର,ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ,ପୂର୍ବତନ ଉପନଗରପାଳ ସୁରେନ୍ଦ୍ରନାଥ ଜେନାଙ୍କ ସମେତ ଯୋଡା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ତତ୍ୱାବଧାନରେ ପୌର କର୍ମଚାରୀ,ସ୍ୱଚ୍ଛସାଥୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ସହର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ,ଗୋପବନ୍ଧୁ ଦାସ ଓ ଧରଣୀଧର ଛକରେ ଥିବା ଧରଣୀଧର ଭୂୟାଁ ମହାପୁରୁଷଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ ପରେ ପୌର କାର୍ଯ୍ୟାଳୟ ପରିସରରେ ବିଧାୟିକା ମିନାକ୍ଷୀ ମହାନ୍ତ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଦିବସ ଉପଲକ୍ଷେ ପୌର କାର୍ଯ୍ୟାଳୟ ପକ୍ଷରୁ ୪ଟି କ୍ୱାରେଂଟାଇନ ସେଂଟର,ଯୋଡାର କେନ୍ଦ୍ରୀୟ ଚିକିତ୍ସାଳୟ,କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟାଟାଷ୍ଟିଲ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ଓ ମିଷ୍ଟାନ ବଂଟନ କରାଯାଇଥିଲା । ଏହି ଅବସରରେ ବ୍ୟାଟେରୀ ଚାଳିତ ୪ଟି ବର୍ଜ୍ୟବସ୍ତୁ ସଂଗ୍ରହ ଗାଡିକୁ ବିଧାୟିକା ମିନାକ୍ଷୀ ମହାନ୍ତ,ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସବୁଜ ପତକା ଦେଖାଇ ଉଦଘାଟନ କରିଥିବା ବେଳେ ଏହି ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଗାଡିକୁ ମହିଳା ଏବଂ କିନ୍ନରମାନଙ୍କୁ ଗାଡି ଚାଳନା ନିମନ୍ତେ ନିୟୋଜିତ କରାଯାଇଥିଲା । ଏତଦ୍ବ୍ୟତୀତ କମାରଯୋଡା ଠାରେ ଏକ ଭେଣ୍ଡିଂ ଜୋନର ଭିତିପ୍ରସ୍ଥର ସ୍ଥାପନ କରାଯାଇଥିଲା ଓ ବାଚୁହାଟିଂଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ସ୍ୱାୟତା ଶାସନ ଦିବସ ଅବସରରେ ୪୨ ଜଣ ଶିକ୍ଷକ, ୪୬ ଜଣ ଅଙ୍ଗନଓାଡି କର୍ମୀ ଓ ୫ ଜଣ ପୌରକର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧାଙ୍କୁ ଉତରୀୟ ଦେଇ ସମ୍ମାନୀତ କରିବା ସହିତ ସଫେଇ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ ପୌର କର୍ମଚାରୀ ମାନଙ୍କୁ ପୋଷାକ ବଂଟନ କରାଯାଇଥିଲା । ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇ କହିଥିଲେ ଯେ, ଭିଡିଓ କନଫ୍ରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ ବୋଲି ସେ ସୂଚନା ଦେଇଥିଲେ ।

Comments (0)
Add Comment