ଯୌତୁକ ଜୁଈରେ ଝିଲ୍ଲି

ବାଲିକୁଦା : ଯୌତୁକ ପାଇଁ ଜଳିଛି ଆଉ ଜଣେ ବିବାହିତା ମହିଳାଙ୍କ ଜୁଈ । ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବି କରି ପୋଡି ମାରିଦେବାକୁ ଯୋଜନା କରି ଶାଶୁ ଘର ଲୋକେ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଘରର କୂଳ ବୋହୁ ଝିଲ୍ଲି ଶେଷରେ କଟ ବଡ ମେଡିକାଲରେ ପ୍ରାଣ ହରାଇଛି । ଦର ପୋଡା ଶରୀରକୁ ନେଇ ୪ ଦିନର ଯନ୍ତ୍ରଣାରେ ଛଟପଟର ଅନ୍ତ ଘଟିଛି ଝିଲ୍ଲିରା ଆମ୍ବଶାଳ ଗାଁର ମଣି ବିଶ୍ୱାଳଙ୍କ ସାନ ଝିଅ ଜୟଲକ୍ଷ୍ମୀ ଓରଫ୍ ଝିଲି(୩୫) । ଗତ ୬ ବର୍ଷ ତଳେ ଅନନ୍ତପୁର ଫାଣ୍ଡି ଅଧୀନ ରାହାଣ ପଂଚାୟତ ଓରଣ୍ଡ ଗାଁର ସ୍ୱର୍ଗତ ରାଧାଶ୍ୟାମ ସ୍ୱାଇଁଙ୍କ ସାନ ପୁଅ ପ୍ରଫୁଲ କୁମାର ସ୍ୱାଇଁଙ୍କ ସହ ତାଙ୍କର ବୈଦିକ ରୀତିରେ ବିବାହ କରିଥିଲେ ମଧ୍ୟ ତାଙ୍କ ଉପରେ ଶାଶୁ ଘର ଲୋକେ ଅଧିକ ୧ ଲକ୍ଷ ଟଙ୍କା ଅଧିକ ଯୌତୁକ ଆଣିବାକୁ ଦାବି କରି ଆସୁଥିଲେ । ଝିଲି ଏଥିରେ ଅରାଜି ହେବାରୁ ଅନେକ ସମୟରେ ଶାଶୁ ଘର ଲୋକେ ତାଙ୍କୁ ଅକଥନୀୟ ଅତ୍ୟାଚାର କରି ଆସୁଥିଲେ । ଏଥିରେ ମୁଖ୍ୟ ଭୂମିକା ବହନ କରୁଥିଲେ ଝିଲିର ବିବାହିତା ନଣନ୍ଦ ଓ ନଣଦେଇ, ଶାଶୁ ଏବଂ ସ୍ୱାମୀ । ଶେଷରେ ଗତ ୧୯ ତାରିଖ ଦିନ ସକାଳ ସାଢେ ୮ ଟା ସମୟରେ ଝିଲିର ଦେହରେ କିରାସିନି ଢାଳି ତାକୁ ମାରିଦେବାକୁ ଯୋଜନା କରାଯାଇଥିଲା । ଏଥିରେ ଝିଲିଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିଲା । ଦରପୋଡା ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ମାତ୍ର ତାଙ୍କ ସ୍ୱାସ୍ଥ୍ୟା ବସ୍ଥା ଠିକ ନ ଥିବାରୁ ଡାକ୍ତର ତାଙ୍କୁ କଟକ ପଠାଇ ଦେଇଥିଲେ । ଝିଲି ଏବେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳ ୮ ଟାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସ୍ଥାନୀୟ ପୁଲିସ ମେଡିକାଲରେ ପହଂଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରାଇବା ପାଇଁ ପଠାଇ ଥିଲା । ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଅନ୍ୟ ପକ୍ଷରେ ଝିଲିର ସ୍ୱାମୀ ପ୍ରଫୁଲ୍ଲଙ୍କୁ ବାଲିକୁଦା ପୁଲିସ ଘଟଣା ଦିନ ଠାରୁ ଥାନାରେ ଅଟକ ରଖିଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ କୁହାଯାଉଥିବା ନଣନ୍ଦମ ନଣଦେଇ କିମ୍ବା ଝିଲ୍ଲିର ଶାଶୁକୁ ଅଟକ ରଖି ପାରି ନାହିଁ । ଯାହାକୁ ନେଇ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇଛି । ସେପଟେ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯିବାକୁ ଯୋଜନା କରାଯାଇଥିଲା ବୋଲି ଝିଲ୍ଲିଙ୍କ ବାପା ମଣି ଘଟନା ଦିନ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ । ଅଭିିତିକରି ବାଲିକୁଦା ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

Comments (0)
Add Comment