ଯୌତୁକ ପାଇଁ ନବବଧୁ ହତ୍ୟା

ଯାଜପୁର : ଅଧିକ ଯୌତୁକ ପାଇଁ ନବ ବଧୁକୁ ହତ୍ୟା କରିଥିବା ବରୀ ରାମଚନ୍ଦ୍ରପୁର ଥାନାରେ ଏକ ଅଭିଯୋଗ ହୋଇଛି । ବାଲିବିଲି ପଂଚାୟତ ଢିଅସାହି ଗ୍ରାମର ଶସ୍ମିତା ଜେନାଙ୍କୁ ମାରି ଦେଇଥିବାର ଉଦୟନାଥପୁର ପଂଚାୟତ ଚାରିମାଣିଆ ଗ୍ରାମର ପରମାନନ୍ଦ ରାଉତ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ଅନୁସାରେ ୩ ବର୍ଷ ତଳେ ପରମାନନ୍ଦଙ୍କ ବଡ ଭାଇ ନିତ୍ୟାନନ୍ଦ ରାଉତଙ୍କ ଝିଅ ଶଶ୍ମିତାର ଢିଅ ସାହି ଗ୍ରାମର ବିଦ୍ୟାଧର ଜେନାଙ୍କ ପୁଅ ପ୍ରଭାତ ସହିତ ବୈଦିକ ରିତିରେ ବିବାହ ହୋଇଥିଲା । ବାହଘରର କିଛି ଦିନ ପରେ ଅଧିକ ଯୌତୁକ ପାଇଁ ଶାଶୁ ଘର ଲୋକେ ଶଶ୍ମିତାଙ୍କୁ ଶାରିରିକ ଓ ମାନସିକ ଯନ୍ତ୍ରଣା ଦେଉଥିବାର ଥାନାରେ ଅଭିଯୋଗରେ ଦର୍ଶାଯାଇଛି । ଗତ କାଲି ରାତି ୧ଟାରେ ତାଙ୍କ ଝିଆରିଙ୍କୁ ମାରି ଟାଙ୍ଗି ଦେଇଛନ୍ତି ବୋଲି ଖବର ପାଇ ପରିବାର ଲୋକେ ଢିଅ ସାହିରେ ପହଂଚି ପାରି ପାର୍ଶିକ ଅବସ୍ଥାକୁ ଦେଖି ଶଶ୍ମିତାକୁ ହତ୍ୟା କରାଯାଇଥବାର ଅଭିଯୋଗ କରିଛନ୍ତି । ଶାଶୁ,ଶଶୁର, ସ୍ୱାମୀ,ଦେଢଶୁର ଓ ଜାଆ ମିଳିତ ଭାବରେ ମାଡ ମାରି ତାକୁ ମାରି ଦେଇ ରଶି ଲଗାଇ ଟାଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ । ତେଣୁ ଏ ଦିଗରେ ତଦନ୍ତ କରି ଦୋଷି ମାନଙ୍କୁ ଗିରଫ କରି ତାଙ୍କୁ କଡା ଦଣ୍ଡ ବିଧାନ କରିବାକୁ ଅଭିଯୋଗକାରୀ ଥାନାରେ ନିବେଦନ କରିଛନ୍ତି । ବରୀ ପୋଲିସ ଘଟଣାସ୍ଥଳରେ ପହଂଚି ଶାଶୁ,ଶଶୁରଙ୍କ ସମେତ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ ସ୍ୱାମୀ ଫେରାର ଥିବା ଜଣାପଡିଛି ।

Comments (0)
Add Comment