ରକ୍ତଦାନ କରି ନବବର୍ଷକୁ ସ୍ୱାଗତ


ଭୁବନେଶ୍ୱର: ପୁରାତନ ବର୍ଷକୁ ମେଲାଣି, ନୂତନ ବର୍ଷକୁ ନିଆରା ଢଙ୍ଗରେ ସ୍ମାର୍ଟ ନଗରୀ ବରବାରି ଗାଆଁର ଯୁବକମାନେ ସ୍ୱାଗତ କରିଛନ୍ତି । ଭୋଜିଭାତ, ପିକ୍ନିକ୍, ମଉଜ, ମଜଲିସ୍ କୁ ପଛରେ ପକାଇ ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଯୁବକମାନେ ରକ୍ତଦାନ ଜୀବନ ଦାନ ମହାସ୍ରୋତରେ ସାମିଲ୍ ହୋଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି ।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁଁ ଗତ ୯ମାସ ଧରି ରକ୍ତ ଭଣ୍ଡାରରେ ରକ୍ତର ଅଭାବ ହେତୁ ଦେଖାଦେଇଥିବା ସଙ୍କଟ କ୍ଲବର ସଦସ୍ୟମାନଙ୍କ ଦୃଷ୍ଟିକୁ ଆସିଥିଲା । ଏତଦ୍ସହ ଥାଲାସେମିଆ ଶିଶୁ ଟୋପାଏ ରକ୍ତ ପାଇବା ପାଇଁ ଡ଼ହଳ ବିକଳର ଖବର ପାଇ କ୍ଲବର ସଦସ୍ୟମାନେ ଅଂଟାଭିଡ଼ି ରକ୍ତଦାନ ଶିବିର ଆୟୋଜନ ପାଇଁ ଆଗେଇ ଆସିଥିଲେ । ଏଭଳି ଘଡ଼ିସନ୍ଧି ମୂହୁର୍ତରେ ଓଡ଼ିଶା-ମୋ ପରିବାରର ଆନୁକୂଲ୍ୟରେ ଏବଂ ନବଜ୍ୟୋତି କ୍ଲବ ଦ୍ୱାରା ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ରୂପେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଓଡ଼ିଶା-ମୋ ପରିବାରର ଅବାହକ ଅରୁପ ପଟ୍ଟନାୟକ, ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରି·ଳିତ ନେହେରୁ ଯୁବକେନ୍ଦ୍ର ଖୋର୍ଦ୍ଧାର ଯୁବ ଅଧିକାରୀ ବିପିନ କୁମାର, ପ୍ରଧ୍ୟାପକ ତଥା ଓଡ଼ିଆ ଟେଲିଭିଜନ ତଥା ସିନେ ଜଗତର ଅଭିନେତା ଜ୍ଞାନେନ୍ଦ୍ର କୁମାର ପଲାଇ, ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ମୋଟ ୭୯ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା ।

Comments (0)
Add Comment