ରକ୍ତ ଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗ୍ରହ

ଯାଜପୁର : ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଯାଜପୁରର ବିରଜା ମନ୍ଦିର ନିକଟସ୍ଥ ବିରଜା କଲ୍ୟାଣ ମଣ୍ଡପଠାରେ ରାମକୃଷ୍ଣ ମିଶନ ଯାଜପୁର ଶାଖା ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ୱାମୀ ଦେବସା ନନ୍ଦଜୀ ମହାରାଜ ଓ ଯାଜପୁର ରାମକୃଷ୍ଣ ମିଶନ ଶାଖାର ସଂପାଦକ ଯଯାତି କେଶରୀ ଦାସ ଯୋଗ ଦେଇ ଏହି ରକ୍ତଦାନ ଶିବିରର ଶୁଭାରମ୍ଭ କରିବା ସହ ଯୁବ ସମାଜ ଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଉଚିତ୍ ବୋଲି ମତ ଦେଇଥିଲେ । ସେହିପରି ସ୍ୱାମିଜୀ ଯୁବକ ମାନଙ୍କ ପାଇଁ ପ୍ରେରଣା ଦାୟ ଥିଲେ । ତାଙ୍କର ପ୍ରତ୍ୟେକଟି ଭାବନା ଆଜିର ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି କହି ଯୁବକମାନେ ରକ୍ତଦାନ କରିବାରେ ଉତ୍ସାହ ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ରକ୍ତଦାନ ଶିବିରରେ ଯାଜପୁର ପୈାରାଂଚଳ ଓ ନିକଟସ୍ଥ ଅଂଚଳରୁ ଶତାଧିକ ଯୁବକ ଯୋଗ ଦେଇଥିଲେ । ଶିବିରରେ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଯାଜପୁରର ପୂର୍ବତନ ପୈାରପାଳ ଭବପ୍ରସାଦ ଦାସ, ନିତିଶ ଦାସ, ମନୋଜ ସାହୁ, ସୁରେନ୍ଦ୍ର ରଣା, ସ୍ୱଦେଶ ପଟନାୟକ, ତୁଷାର ରଂଜନ ବେହେରାଙ୍କ ସମେତ ରାମକୃଷ୍ଣ ମିଶନର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ଶିବିରକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Comments (0)
Add Comment