ରଜ ପର ୩ ଦିନ ହାଇକୋର୍ଟ ଛୁଟି

କଟକ,୬.୬(ନି.ପ୍ର.): ରଜ ଲାଗି ୧୫ ଏବଂ ୧୬ ତାରିଖ ଦୁଇଦିନ ହାଇକୋର୍ଟ ଛୁଟି ଥିବା
ବେଳେ ଏହାର ପରବର୍ତୀ ତିନି ଦିନ ୧୭ରୁ ୧୯ ତାରିଖ ଯାଏ ହାଇକୋର୍ଟ ଛୁଟି ଘୋଷଣା କରାଯାଇଛି ।
ଏହି କାର୍ଯ୍ୟ ଦିବସକୁ ଭରଣା କରିବା ପାଇଁ କୋର୍ଟ ସେପ୍ଟେମ୍ବର ୨୬, ଅକ୍ଟୋବର ୧୭ ଏବଂ ଡିସେମ୍ବର ୫ ତରିଖ (ସମସ୍ତ ଦିବସ ଶନିବାର ପଡୁଛି) କାର୍ଯ୍ୟ କରିବ ବୋଲି ହାଇକୋର୍ଟ ଜୁଡିସିଆଲ ରେଜିଷ୍ଟ୍ରାର୍ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତଦ୍ଧ୍ୱାରା ରଜପାଇଁ ହାଇକୋର୍ଟ ୫ ଦିନ ବନ୍ଦ ରହିବ ।

Comments (0)
Add Comment