ରଥଯାତ୍ରା ଉପଲକ୍ଷେ ଷ୍ଟେଟ ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କ ଲେଡିସ କ୍ଲବ ଦ୍ଵାରା ଦାନ

ଭୁବନେଶ୍ଵର : ପୁରୀରେ ରଥ ଯାତ୍ରା ମହୋତ୍ସବରେ ପ୍ରବଳ ଜନ ସମାଗମକୁ ଆଖି ଆଗରେ ରଖି କର୍ପୋରେଟ୍ ସାମାଜିକ
ଦାୟିତ୍ଵ ପାଳନର ଏକ ଅଂଶ ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ 100 ଟି ଛତା, 500ଟି ରେନ କୋଟ , 10000 ପାଣି ବୋତଲ, 10000 ଫଳ ରସ ବୋତଲ ଏବଂ 100 ରୋଡ ବ୍ୟାରିକେଡ ପୁରୀ ପୋଲିସ ପ୍ରଶାସନ କୁ ଦାନ କରିଛି। ପୁରୀରେ ଭୁବନେଶ୍ଵର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ର ଶେଖର ଶର୍ମାଙ୍କ ସମେତ ଷ୍ଟେଟ ବ୍ୟାଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସର୍ବଭାରତୀୟ ଷ୍ଟେଟ ବ୍ୟାଙ୍କ ଲେଡିଜ୍ କ୍ଲବ୍ ର ମୁଖ୍ୟ ଶ୍ରୀମତୀ ଅନୀତା ଖାରାଙ୍କ କରକମଳରେ ଏହା ଦାନ କରାଯାଇଥିଲା। ସେହିପରି, ଜୁନ 21 ତାରିଖରେ ଷ୍ଟେଟ ବ୍ୟାଙ୍କ ଲେଡିଜ୍ କ୍ଲବ୍ ର ମୁଖ୍ୟ ଶ୍ରୀମତୀ ଅନୀତା ଖାରା ଅସହାୟ ମାନଙ୍କ ପାଇଁ କାମ କରୁଥିବା ସ୍ଵେଚ୍ଛା ସେବୀ ସଂଗଠନ “ସହାୟ” କୁ 2 ଟି ୱାଟର କୁଲର୍ ଏବଂ 2 ମାସ ପାଇଁ ସଉଦା ସାମଗ୍ରୀ ଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁମ୍ବାଇରୁ ଆସିଥିବା ବରିଷ୍ଠ ଲେଡିଜ କ୍ଲବ ସଦସ୍ୟା ଶ୍ରୀମତୀ ପୁନାମ୍ ତିୱାରୀ, ଶ୍ରୀମତୀ ମୀରା ସ୍ବାମୀନାଥନ ଏବଂ ଶ୍ରୀମତୀ ଶ୍ରୀଦେବୀ ସୂର୍ଯ୍ୟାଙ୍କ ସମେତ ଓଡିଶା ରାଜ୍ୟ ଷ୍ଟେଟ ବ୍ୟାଙ୍କ ଲେଡିଜ କ୍ଲବ ମୁଖ୍ୟ ଶ୍ରୀମତୀ ଗୀତୁ ଶେଖର ଶର୍ମା ଏବଂ ଷ୍ଟେଟ ବ୍ୟାଙ୍କର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments (0)
Add Comment