ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର,୪ ।୦୬(ନି.ପ୍ର.): ଦେଶରେ କରୋନା ଯୋଗୁ ଲକଡାଉନ ସମୟରେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୩୭.୫୦ ବୃଦ୍ଧି ପ୍ରତିବାଦରେ ସିପିଆଇ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୪୦ ଡଲାରକୁ ହ୍ରାସ ପାଇଥିବା ବେଳେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରି ଖାଉଟିଙ୍କ ଉପରେ କୋରଡ଼ା ମାଡ଼ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି । ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହୃତ ନ ହେଲେ ଆନ୍ଦୋଳନକୁ ଆହୁରି ଜୋର୍ଦାର କରାଯିବ ବୋଲି ଦଳର ନେତୃବର୍ଗ କହିଛନ୍ତି ।

Comments (0)
Add Comment