ପୁରୀ : ରାକ୍ଷୀ ପୂର୍ଣ୍ଣିମା ଖାଲି ମଣିଷ ନୁହେଁନ୍ତି ଭଗବାନ ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣମା । ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କ ରକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା ଏଥିପାଇଁ ପାଟରା ବିଶୋଇ ସେବାୟତ ରାକ୍ଷୀ ତିଆରି କରି ଯୋଗାଇ ଦେଇଥାନ୍ତି ଶ୍ରୀମନ୍ଦିରକୁ । ଶ୍ରୀମନ୍ଦିରର ପାଟରା ବିଶୋୟୀ ସେବାୟତ ଏବର୍ଷ ସ୍ୱତନ୍ତ୍ର ପାଟରାକ୍ଷୀ ପାଟରେ ତିଆରି ଚାଳିଛି ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତାାଲାଗି, ରାକ୍ଷୀ ପୂର୍ଣ୍ଣମା, ରେଖା ଫଚମୀ ସମୟରେ ବାସୁଙ୍ଗା ପାଟର ସାମଗ୍ରୀ ତିଆରି କରିବାକୁ ୧୫ କେଜି ବାସୁଙ୍ଗା ପାଟ ଦିଆଯାଇଥାଏ । ମହାପ୍ରଭୁଙ୍କ ପାଇଁ ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆ ଦେଇ ୪ଟି ଗୁଆ ମାଳଳ ବି ତିଆରି କରିଥାନ୍ତି । ଗହ୍ମାପୂର୍ଣ୍ଣମାରେ ଗୋପାଳବଲ୍ଲଭ ଧୂପ ପରେ ପାଟୀରା ବିଶୋଇ ମନ୍ଦିରକୁ ଯାଇ ଏହି ରାକ୍ଷୀକୁ ମେକାପ ସେବାୟତଙ୍କୁ ପ୍ରଦାନ କରିଥାନ୍ତି । ସିଂହାରି ସେବକ ଏହାକୁ ମହାପ୍ରଭୁଙ୍କ ଠାରେ ଲାଗି କରିଥାନ୍ତି । ଚଳିତ ବର୍ଷ କରୋନା କଟକଣା କାରଣରୁ ମହାପ୍ରଭୁଙ୍କ ଏହି ନୀତି ଦେଖିବାରୁ ବଂଚିତ ଭକ୍ତ ।