ରାଜଧାନୀ ରାସ୍ତାରେ ପଡିଛି ୫୦୦ ଟଙ୍କିଆ ବଣ୍ଡଲ


ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବଡିଛି ୫୦୦ ଟଙ୍କିଆ ନୋଟ ବଣ୍ଡଲ । ଏହି ନୋଟ ଅସଲି କି ନକଲି, ତାହା ଜଣା ପଡିନାହିଁ । ଏହି ଖବର ପ୍ରକାଶ ପାଇବା ପରେ ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଆଜି ଗଙ୍ଗନଗର ଛକରେ ରାସ୍ତା ଉପରେ ୩ଟି ୫୦୦ ଟଙ୍କିଆ ନୋଟ ବଣ୍ଡଲ ପଡିଥିବା ଦେଖିବାକୁ ମିଳିଲା । ମାତ୍ର ଏହି ଟଙ୍କା କାହାର ଜଣାପଡିନାହିଁ । ରାସ୍ତା ଉପରେ ଟଙ୍କା ପଡିଥିଲେ ମଧ୍ୟ କେହି ଉଠାଇ ନାହାନ୍ତି । ଲୋକମାନେ ନିଜର ସାଧୁତା ଦେଖାଇବାକୁ ଯାଇ ରାସ୍ତାରେ ପଡିଥିବା ଟଙ୍କା ଦେଖିବା ପାଇଁ ଭିଡ ଜମାଇଛନ୍ତି । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ସେଠାରେ ପହଞ୍ଚି ଜଗି ରହିଛି । ହେଲେ ପୋଲିସ ଟଙ୍କା ଉଠୋଉ ନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗଙ୍ଗନଗର ଛକରେ ଦୁଇି ବାଇକ ଧକ୍କା ହୋଇଥିଲା । ଦୁର୍ଘଟଣା ଗ୍ରସ୍ତ ଜଣେ ବାଇକଙ୍କ ବ୍ୟଗରୁ ଟଙ୍କା ଖସି ପଡିଥିଲ । ମାତ୍ର ସମ୍ପୃକ୍ତ ବ୍ୟକ୍ତି ଟଙ୍କା ନଉଠାଇ ପଳାେଇଯାଇଥିବା ଚର୍ଚ୍ଚା ହେଉଛି । ସର୍ବ ଶେଷ ଖବରରୁ ପ୍ରକାଶ, କ୍ୟାପିଟାଲ ଥାନା ଅଧିକାରି ଆସି ଏହି ଟଙ୍କା ଗଣତି କରିବା ସହିତ ଏହାକୁ ଥାନାକୁ ନେଇ ଯାଇଛନ୍ତି । କୌଣସି ବ୍ୟକ୍ତି ଜବତ୍ ଟଙ୍କା ସମ୍ପର୍କରେ ତାଙ୍କ ଟଙ୍କା ବୋଲି ଉପଯୁକ୍ତ ପ୍ରମାଣ ଦେଲେ ଏହା ଫେରି ପାଇବେ ।

Comments (0)
Add Comment