ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ବରିଷ୍ଠ ଓଏଏସ୍ ଅଫିସର ତଥା ରାଜସ୍ୱ ଏବଂ ବିପର୍ଯ୍ୟନ୍ତ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ଶ୍ରୀ ଦାସଙ୍କ ଟଙ୍କପାଣିରୋଡ଼ ରତ୍ନାକରବାରେ ଥିବା ଘର, ପଟିଆରେ କୋଠା, ବାଲେଶ୍ୱରରେ ଦୁଇ ମହାଲା କୋଠା, ନୂଆଗାଁରେ ଥିବା ଆଉଟ୍ ହାଉସରେ ଚଢ଼ଉ କରିଛି ଭିଜିଲାନ୍ସ । ଚଢ଼ଉରେ ଭୁବନେଶ୍ୱର ରତ୍ନାକରବାଗ ଓ ପଟିଆ ସମେତ ଦୁଇଟି ସମେତ ଦୁଇଟି କୋଠା ଏବଂ ପୁରୀରେ ଗୋଟିଏ କୋଠା ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ସେହିପରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବ୍ୟାଙ୍କ ଜମା ଓ ଜୀବନ ବୀମା ପଲିସି ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି । ଚଢ଼ଉ ଜାରି ରହିଥିବାରୁ ସବୁ ସମ୍ପତିର ହିସାବ ମିଳିପାରି ନାହିଁ । ଜବତ ସମ୍ପତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ସମ୍ପତିର ମୂଲ୍ୟ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ସୂଚନା ଦେଇଛି । ଭିଜିଲାନ୍ସ ସୂଚନା ଅନୁସାରେ, ସକାଳୁ ୫ଟି ଟିମ୍ ସ୍ୱତନ୍ତ୍ର ସର୍ଚ ୱାରେଂଟ ବଳରେ ଭୁବନେଶ୍ୱରର, ବାଲେଶ୍ୱରରେ ଚଢ଼ଉ କରିଥିଲେ । ଶ୍ରୀ ଦାସଙ୍କ ଚାକିରି ଆଉ ମାତ୍ର ଦୁଇ ମାସ ବାକି ଥିବା ବେଳେ ଚଢ଼ଉକୁ ନେଇ ନାନା ଚର୍ଚ୍ଚା ହେଉଛି ।

Comments (0)
Add Comment