ରାଜୀବ ଗାନ୍ଧୀ ଷ୍ଟାଡିୟମର ଉନ୍ନତୀକରଣ ପାଇଁ ଜନ ଆନ୍ଦୋଳନ

ବ୍ୟାସନଗର : ବ୍ୟାସନଗର ସହରର ଏକ ମାତ୍ର ରାଜୀବ ଗାନ୍ଧୀ ଷ୍ଟାଡିୟମ ଏଵେ ଅବହେଳିତ ଅବସ୍ଥାରେ l ଏହି ଷ୍ଟାଡିୟମରେ ଅନେକ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ କ୍ରୀଡ଼ାବିତମାନେ ଦେଶ ତଥା ରାଜ୍ୟର ନାମକୁ ଗୌରବନୀତ କରିଥବାବେଳେ ଏହି ଷ୍ଟାଡିୟମକୁ ରାଜନୀତି ଅନିଚ୍ଛା ନ ଥୁବାରୁ ଅବହେଳିତ ହୋଇ ପଡି ରହିଛି l ଏହି ଷ୍ଟାଡିୟମ ପାଇଁ କୋଡିଏ କୋଟି ଟଙ୍କା ଅନୁଦାନ ରାଶି ମିଳିଥିଲେ ମଧ୍ୟ ତାହାକୁ ଆଳ ଦେଖାଇ ଅନ୍ୟସ୍ଥାନରେ ଷ୍ଟାଡିୟମ ନିର୍ମାଣ କରାଯାଇଛି l ଏହି ଷ୍ଟାଡିୟମ ପ୍ରତି ରାଜ୍ୟସରକାର ଜିଲ୍ଲା ପ୍ରଶାସନ ରାଜନେତାଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି l ଏହି ଷ୍ଟାଡିୟମର ବିକାଶ ପାଇଁ ବନ୍ଦେ ବ୍ୟାସନଗର ନାମରେ ଏକ ସଂଗଠନ ଗଢ଼ାଯାଇଛି l ଏହି ସଂଗଠନ ଆବାହକ ବ୍ରଜରାବାହୁ ସାମଲ କ୍ରୀଡ଼ାବିତ ମାନଙ୍କ ଏକତ୍ରିତ ଭାବେ ଆଜି ଠାରୁ ଆମରଣ ଅନଶନରେ ବସିଛନ୍ତି l ଏହି ଆନ୍ଦୋଳନକୁ ସିଭିଲ ସୋସାଇଟି, ସିପିଆଇଏମ, କୋରାଇ ଗଣସଂଗ୍ରାମ ସମିତି ଓ ଚୋରଦା ଚଣ୍ଡୀ କ୍ଲବ ସମେତ ସମସ୍ତ ବ୍ୟାସନଗରର ଜନସାଧାରଣ ମାନେ ଅନଶନରେ ଯୋଗ ଦେଇଛନ୍ତି l ଏହି ଜନ ଜାଗରଣରେ ବିବେକାନନ୍ଦ ମହାନ୍ତି, ପ୍ରଫୁଲ ନାୟକ, ଅଭିମନ୍ୟୁ ମିଶ୍ର, ସନ୍ତୋଷ ମହାନ୍ତି, ଶିଶିର ରାଉତ, ରାଇଚରଣ ମହାନ୍ତି,  ଓ ଜିତେନ୍ଦ୍ର ପ୍ରତିହାରୀ ପ୍ରମୁଖଙ୍କ ସହ ବ୍ୟାସନଗର ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ l ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରିରହିବ ବୋଲି ଶ୍ରୀ ସାମଲ କହିଛନ୍ତି l

Comments (0)
Add Comment