ଭୁବନେଶ୍ୱର: ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାୟ ୯ମାସ ପରେ ରାଜ୍ୟର ସମସ୍ତ ମନ୍ଦିରଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି । ବିଭିନ୍ନ ଜିଲ୍ଲାର ଧର୍ମପୀଠଗୁଡିକ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡିକୁ ଖୋଲିବାକୁ ଜିଳ୍ଲାପାଳମାନଙ୍କୁ ଆଗରୁ କ୍ଷମତା ଦିଆଯାଇଛି । ଆଲୋଚନା ପରେ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁ୍ୟର ନିର୍ଦ୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ଜିଲ୍ଲାପାଳମାନେ ନିର୍ଦେଶ ଦେଇପାରିବ । ତେବେ ମନ୍ଦିର ଖୋଲିବା ପରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି ।
ରାଜ୍ୟ ମନ୍ଦିର ଖୋଲିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ହାଇକୋର୍ଟଙ୍କ ନିଦେ୍ର୍ଧଶ ଆସିବା ପରେ ଦେବୋତର ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ପାଇଁ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ଦୋବତର କମିଶନ ପ୍ରଦାନ କରିଛନ୍ତି ।
ଏଥିରେ ଦୋବତର କମିଶନ ମନ୍ଦିର ଖୋଲିବା ନେଇ କିଛି ନିୟମ ନିର୍ଦ୍ଧାରଣ କରିଛନ୍ତି । କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବା ପାଇଁ କୁହାଯାଇଛି । ସାମାଜିକ ଦୂରତା ରକ୍ଷା କରି ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଯିବ । ମନ୍ଦିର ଦ୍ୱାରା ସାନିଟାଇଜ ହେବ ଏବଂ ବାରମ୍ବାର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏଥିସହ ଏକକାଳୀନ ଭକ୍ତଙ୍କ ପ୍ରବେଶ ବାରଣ ରହିଛି । କେବଳ ଭକ୍ତମାନେ ଦର୍ଶନ କରିପାରିବେ । ବାଡ ପୂଜା କରିପାରିବେ ନାହିଁ । ଏଥିସହ ମନ୍ଦିରରେ ପ୍ରବେଶ ପୂର୍ବରୁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏସବୁ କଟକଣା ମାନି ମନ୍ଦିର ଖୋଲାଯାଇପାରିବ ବୋଲି ରାଜ୍ୟ ସରକାରଙ୍କୁ ଦବୋତର ବିଭାଗ ପ୍ରସ୍ତାବ ଦେଇଛି । କଟକଣରା ନ ମାନିଲେ ମନ୍ଦିର ଖୋଲିବ ନାହିଁ । ଏନେଇ ଚୂଡାନ୍ତ ନିଷ୍ପତି ସରକାର ନେବେ ବୋଲି କୁହାଯାଇଛି ।
ସେପଟେ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତି ହୋଇଛି । ଶ୍ରୀମନ୍ଦିର ଖୋଲିବା ନେଇ ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି । ସରକାର ଅନୁମତି ଦେଲା ପରେ ଶ୍ରୀମନ୍ଦିର ଖୋଲିଦିଆଯିବ । ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ୨୨ରୁ ୨୪ପୁରୀ ଜିଲ୍ଲାବାସୀଙ୍କ ପାଇଁ ଏବଂ ପରେ ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଅନୁମତି ମିଳିବ । ଦର୍ଶନ ସମୟରେ କୋଭିଡ୍ କଟକଣା ଜାରି ରହିବ ।