ଭୁବନେଶ୍ୱର: ଅ।ଜିସୁଦ୍ଧା ଓଡ଼ିଶାର ବିଭିନ୍ନ ଅ।ଇନ୍ ଅଦାଲତରେ ୧୩,୭୮,୯୨୩ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ଏଥିମଧ୍ୟରୁ ଫୌଜଦାରୀ ମାମଲା ସଂଖ୍ୟା ହେଉଛି ୧୦ଲକ୍ଷ ୯୬ହଜାର ୨୨୦ । ଏହାଛଡ଼ା ଅ।ଉ ୨ଲକ୍ଷ ୮୨ହଜାର ୭୦୩ଟି ଦେୱାନୀ ମାମଲା ରାଜ୍ୟର ଅଦାଲତଗୁଡ଼ିକରେ ରହିଥିବା ଜାତୀୟ ଜୁଡ଼ିସିଆଲ୍ ଡାଟା ଗ୍ରୀଡ୍ ତଥ୍ୟରୁ ଜଣାପଡ଼ିଛି । ଅ।ଇନ୍ ଅଦାଲତଗୁଡ଼ିକରେ ପଡ଼ିଥିବା ମାମଲା ମଧ୍ୟରୁ ୪,୬୨୮ଟି ୩୦ ବର୍ଷରୁ ଅଧିକ ସମୟ ଧରି ଗଡ଼ୁଥିବାବେଳେ ଏଥିମଧ୍ୟରୁ ୩,୦୮୮ଟି ହେଉଛି ଫୌଜଦାରୀ ମାମଲା । ସେହିପରି ଓଡ଼ିଶାର ଆଇନ୍ ଅଦାଲତଗୁଡ଼ିକରେ ପଡ଼ିରହିଥିବା ମାମଲାଗୁଡ଼ିକ ମଧ୍ୟରୁ ୩୦,୭୮୧ଟି ହେଉଛି ୨୦ରୁ ୩୦ ବର୍ଷ ପୁରୁଣା ଯେଉଁଥିରୁ ୨୭,୦୬୦ ଟି ହେଉଛି ଅପରାଧିକ ମାମଲା । ଏହାଛଡ଼ା ୧,୬୫,୯୪୫ଟି ଏମିତି ମାମଲା ରାଜ୍ୟର ବି·ରାଳୟଗୁଡ଼ିକରେ ରହିଛି ଯେଉଁଗୁଡ଼ିକ ୧୦ରୁ ୨୦ ବର୍ଷ ଧରି ବିଚାର ପ୍ରତୀକ୍ଷାରେ ଅଛି । ଏଥିମଧ୍ୟରୁ ୧,୪୪,୯୨୫ଟି ହେଉଛି ଫୌଜଦାରୀ ମାମଲା ୟ ଜୁଡ଼ିସିଅ।ଲ୍ ଡାଟା ଗ୍ରୀଡ୍ ତଥ୍ୟ ପୁଣି କହୁଛି ଯେ ଓଡ଼ିଶାର ବିଭିନ୍ନ ଅଦାଲତଗୁଡ଼ିକରେ ୨,୫୮,୫୫୯ଟି ଏଭଳି ମାମଲା ରହିଛି ଯାହା ୫ରୁ ୧୦ ବର୍ଷ ଧରି ଗଡ଼ୁଛି । ଏଥିମଧ୍ୟରୁ ୨,୦୨,୦୩୬ଟି ଫୌଜଦାରୀ ମାମଲା ରହିଛି । ଫୌଜଦାରୀ ମାମଲା ଫଇସଲାରେ ବିଳମ୍ବ ହେବା ଯୋଗୁ ବହୁ କ୍ଷେତ୍ରରେ ଅତ୍ୟାଚାରିତ ଲୋକେ ଠିକଣା ନ୍ୟାୟ ପାଉନାହାନ୍ତି ଏବଂ ଅଧିକାଂଶ ଅ।ଇପିସି, ନାରୀ ନିର୍ଯାତନା, ଶିଶୁ ନିର୍ଯାତନା,ବଳାତ୍କାର ଆଦି ମାମଲାରେ ଅପରାଧୀମାନେ ସହଜରେ ଖସି ଯାଉଛନ୍ତି । ଏହା ଆଇନ୍ ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ ହୋଇଥିବା ଅଭିଜ୍ଞ ଆଇନଜୀବୀମାନେ ସ୍ୱୀକାର କରୁଛନ୍ତି । ଓଡ଼ିଶା ହାଇକୋର୍ଟରେ ଆଜିସୁଦ୍ଧା ୧,୭୦,୬୮୯ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବା ଜାତୀୟ ଜୁଡ଼ିସିଆଲ୍ ଡାଟା ଗ୍ରୀଡ୍ ତଥ୍ୟରେ ଦର୍ଶାଯାଇଛି । ଏଥିମଧ୍ୟରେ ୫୨ହଜାର ୯୧୭ଟି ଅପରାଧିକ ମାମଲା । ରାଜ୍ୟ ହାଇକୋର୍ଟରେ ୩୯,୮୨୩ଟି ମାମଲା ୫ରୁ ୧୦ ବର୍ଷ ଧରି, ୨୩,୮୪୮ଟି ମାମଲା ୧୦ରୁ ୨୦ ବର୍ଷ ଧରି, ୩,୭୨୨ଟି ମାମଲା ୨୦ରୁ ୩୦ ବର୍ଷ ଧରି ଓ ୬୯୪ଟି ମାମଲା ୩୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ବିଚାର ପ୍ରତୀକ୍ଷାରେ ରହିଛି । ଓଡ଼ିଶା ହାଇକୋର୍ଟରେ ଥିବା ଅପରାଧିକ ମାମଲାଗୁଡ଼ିକ ମଧ୍ୟରୁ ୯,୫୩୬ଟି ୫ରୁ ୧୦ ବର୍ଷ ଧରି, ୮,୯୧୦ଟି ୧୦ରୁ ୨୦ ବର୍ଷ ଧରି, ୮୨୩ଟି ୨୦ରୁ ୩୦ ବର୍ଷ ଧରି ଓ ଗୋଟିଏ ମାମଲା ୩୦ ବର୍ଷରୁ ଅଧିକ ସମୟ ଧରି ବି·ର ପ୍ରତୀକ୍ଷାରେ ରହିଛି । ଓଡ଼ିଶା ହାଇକୋର୍ଟ ପାଇଁ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବା ବେଳେ ଏଥିରୁ ଏବେ ୧୩ଟି ଖାଲିପଡ଼ିଛି । ରାଜ୍ୟ ହାଇକୋର୍ଟରେ ଯେତେ ମାମଲା ରହିଛି ତାହାର ଫଇସଲା ପାଇଁ ଅନୁନ୍ୟ ୪୦ଜଣ ବିଚାରପତି ଙ୍କର ଅ।ବଶ୍ୟକତା ଥିବା ବରିଷ୍ଠ ଆଇନୀଜୀବୀମାନେ କହୁଛନ୍ତି । ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଗଲେ ବି ସମସ୍ତ ବିଚାରପତି ପଦବୀ ପୂରଣ ପାଇଁ ତ୍ୱରିତ କାର୍ଯ୍ୟନୁଷ୍ଠାନ ହେଉନାହିଁ । ରାଜ୍ୟ ହାଇକୋର୍ଟ ଏଭଳି ସ୍ଥିତିରେ ଥିବା ବେଳେ ସରକାର ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍)କୁ ଉଚ୍ଛେଦ କରିଛନ୍ତି । ଏଠାରେ ପ୍ରାୟ ୭୨ହଜାର ମୂଳ ଓ ବିବିଧ ମାମଲା ଏବଂ ଅଦାଲତ ଅବମାନନା ମାମଲା ରହିଥିଲା । ଏଗୁଡ଼ିକ ହାଇକୋର୍ଟକୁ ସ୍ଥାନାନ୍ତରିତ ହେଲେ ମାମଲାର ଚାପା ଅ।ହୁରି ବିଯିବ । ବିଶେଷକରି ଚାକିରୀ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ସରକାର ସ୍ୟାଟର ପୁନଃ କାର୍ଯ୍ୟକ୍ଷମ କରିବା କିମ୍ବା ସାଧାରଣ ଅଭିଯୋଗ ଓ ପେନ୍ସନ୍ ପ୍ରଶାସନ ବିଭାଗ ଅଧୀନରେ ଅଭିଜ୍ଞ ଅ।ଇନଜୀବୀ ଓ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ସେଲ୍ ଖୋଲିବା ପାଇଁ ଅ।ଇନଜୀବୀମାନେ ମତପ୍ରକାଶ କରୁଛନ୍ତି ।