ରାଜ୍ୟରେ ୧ ଲକ୍ଷ ୨୩ ହଜାର ପରିବାର ବାସହୀନ

ଭୁବନେଶ୍ୱର: ରାଜ୍ୟର ପୌରାଞ୍ଚଳମାନଙ୍କରେ ୧ ଲକ୍ଷ ୨୩ ହଜାର ୭୦୮ ବାସହୀନ ପରିବାର ବାସ କରୁଛନ୍ତି । ବର୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୮ ହଜାର ୫୭୧, ରାଜୀବ ଆବାସ ଯୋଜନାରେ ୪୭୬୦, ଆଇଏଚ୍ଏସ୍ଡିପି ଯୋଜନାରେ ୨୦୮୧ଟି ପରିବାରଙ୍କୁ ଘର ଯୋଗାଇ ଦିଆଯାଇଛି ବୋଲି ବିଧାନସଭାରେ କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକ ପାଇଁ ଯଥାକ୍ରମେ ୫୦୫ ଓ ୮୬୩୫ଗୋଟି ନିମ୍ନ ମଧ୍ୟବିତ ପରିବାରକୁ ଘର ଯୋଗାଇ ଦେବା ଲାଗି ଯଥା କ୍ରମେ ୩୧.୯୦ କୋଟି ଟଙ୍କା ଓ ୪୫୫.୪୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପରବର୍ତୀ ପର୍ଯ୍ୟାୟରେ ଅଧିକ ବାସହୀନ ପରିବାରକୁ ସାମିଲ ପାଇଁ ଲକ୍ଷ୍ୟ ରଖା ଯାଇଛି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତରରେ ଏହି ତଥ୍ୟ ରଖିଛନ୍ତି ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

Comments (0)
Add Comment