ରାଜ୍ୟରେ ୨୬୩ ନୂଆ ପଜିଟିଭ୍ : ୪ ମୃତ


ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୨୬୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁୀ ୧୫୧, ସ୍ଥାନୀୟ ୧୧୨ । ମୋଟ ପଜିଟିଭ ସଂଖ୍ୟା ୩, ୨୯, ୦୦୧କୁ ବୃଦ୍ଧି ପାଇଛି । ୩,୨୪, ୩୯୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୬୮୮ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଅନ୍ୟପକ୍ଷରେ ଆଜି ୪ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୧୮୬୮ରେ ପହଞ୍ଚିଛି ।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୯ ଜଣ ହୋଇ ଥିବା ବେଳେ ସୁନ୍ଦରଗଡରୁ ୩୨, ଅନୁଗୁଳରେ ୨୦, ବାଲେଶ୍ୱର ୧୯, ବରଗଡ ୨୩, ଭଦ୍ରକ ୨, ବଲାଙ୍ଗୀର ୨୨, ବୌଦ୍ଧ ୫, କଟକ ୭, ଦେଓଗଡ ୧, ଗଞ୍ଜାମ ୪, ଜଗତସିଂହପୁର ୨, ଯାଜପୁର ୮, ଝାରସୁଗୁଡା ୧୫, କଳାହାଣ୍ଡି ୧୧, କେନ୍ଦ୍ରାପଡା ୧୦, କେନ୍ଦୁଝର ୭, ମାଲକାନଗିରି ୧, ମୟୁରଭଞ୍ଜ ୧୦, ନବରଙ୍ଗପୁର ୨, ନୟାଗଡ ୫, ନୂଆପଡା ୫, ପୁରୀ ୨, ରାୟଗଡା ୧, ସମ୍ବଲପୁର ୨୦, ସୋନପୁର ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments (0)
Add Comment