ରାଜ୍ୟ ବରିଷ୍ଠ ନାଗରୀକ ସଂଘ ପ୍ରତିଷ୍ଠାତା ସଦସ୍ୟଙ୍କ ପରଲୋକ

ଭୁବନେଶ୍ୱର ରାଜ୍ୟ ବରିଷ୍ଠ ନାଗରୀକ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ଭୀମଟାଙ୍ଗୀ ନିବାସୀ ପଦ୍ମଚରଣ ମହାନ୍ତିଙ୍କର ଗତ ୧୯ ତାରିଖ ଶୁକ୍ରବାର ଦିନ ପରଲୋକ ହୋଇଯାଇଅଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ରୁ ଅଧିକ ବର୍ଷ ହୋଇଥିଲା । ବିଗତ କିଛି ଦିନ ହେଲା ସେ ଦୁରାରୋଗ କଶନସରରେ ପିଡିତ ଥିଲେ । ରାଜ୍ୟ ବରିଷ୍ଠ ନାଜରୀକ ସଂଘର ଓଡିଶାର ପ୍ରତିଷ୍ଠାରେ ସ୍ୱର୍ଗତ ମହାନ୍ତିଙ୍କର ମୁଖ୍ୟ ଭୁମିକା ଥିଲା । ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସେ ୨୦୧୮ ଠାରୁ ପଦବୀରୁ ଅବ୍ୟାହତ ନେଇଥିଲେ । ସେ ଅତ୍ୟନ୍ତ ମିଷ୍ଠାଭାଷୀ, ସମାଜସେବୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କର ଅକାଳ ବିୟୋଗ ବରିଷ୍ଠ ନାଗରୀକ ସଂଘର ଜଣେ ଯୋଗଜନ୍ମା ପୁରୁଷକୁ ହରାଇଲା । ତାଙ୍କର ଅକାଳ ବିୟୋଗ ସମ୍ବାଦ ପାଇ ସଂଘର ଉପସଭାପତି ଅକ୍ଷୟ କୁମାର ମିଶ୍ରଙ୍କ ଆମନ୍ତ୍ରଣରେ ସଂଘର ସଭାପତି ବା ବୟୋଜ୍ୟୋଷ୍ଠ ଓକିଲ ସଧୁମାଧବ ଜେନାଙ୍କ ଚନ୍ଦ୍ରଶେଖରପୁର ବାସ ଭବନରେ କୋଭିଡ ନିୟମ ଅନୁଯାୟୀ ଶୋକସଭା ଅନୁଷ୍ଠିତ ହୋଇଥିଲା । ସଭାପତି ମଧୁମାଧବ ଜେନାଙ୍କ ଅ୍ମକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅକ୍ଷୟ କୁମାର ମିଶ୍ର, ମଦନ ଭୁୟାଁ, ବିମଳ ଷଡଙ୍ଗୀ ଓ ଧରଣୀ ଧର ନାୟକ ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ, କୋଷା୍ମକ୍ଷ ପ୍ରଭାକର ନାୟକ ଏବଂ ସ୍ଥାନୀୟ ବରିଷ୍ଠ ନାଗରୀକମାନେ ଯୋଗଦେଇ ଦିବ୍ୟାଙ୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଶୋକ ସମ୍ପଦ ପରିବାରକୁ ସମଦେନାର ବାର୍ତା ପ୍ରେରଣ କରାଯାଇଥିଲା ।

Comments (0)
Add Comment