ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ରାୟଗଡା ଗସ୍ତ

ରାୟଗଡା : ରାଜ୍ୟ ଯୋଯନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ ଦାସ ବର୍ମା ରାୟଗଡା ଜିଲ୍ଳା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଯନା ଉପରେ ଆଲୋଚନା କରିଥିଲେ । ମାନ୍ୟବର ଉପାଧ୍ୟକ୍ଷଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅନୁସୁଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଯନାର ଉପଦେଷ୍ଟା ଶ୍ରୀଯୁକ୍ତ ସୁଧିର ଦାସ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ପିଡି, ଡିଆ.ଆର.ଡି. ଏ ଶ୍ରୀ ଅମୃତ ରୁତୁରାଜଙ୍କ ଉପସ୍ଥିତିରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଯନା ଓ ବିଶେଷ କରି ବିଶ୍ୱବ୍ୟାପି ମହାମାରୀ କରୋନା ମନରେଗା ଯୋଯନାରେ ଶ୍ରମିକ ମାନଙ୍କୁ କର୍ମନିଯୁକ୍ତି ଯୋଗାଣ କୋଭିଡ ମୁକାବିଲା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଯନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହୀତାଧିକାରୀଙ୍କୁ ଚାଉଳ ପ୍ରଦାନ, କୃଷି ଓ ଉଦ୍ୟାନ କ୍ଷେତ୍ରରେ ଅଗ୍ରଗତି ଉପରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନା କଲାବେଳେ ମାନ୍ୟବର ଉପାଧ୍ୟକ୍ଷ ମହୋଦୟ କରୋନା ପାଇଁ ଯେପରି ସରାଧାରଣ ରୋଗୀ ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ଦେଇଥିଲେ । ଆବଶ୍ୟକ ପଡିଲେ ଜିଲ୍ଲାର ପ୍ରବେଶ ପଥ ସିଲ କରିବାକୁ ମଧ୍ୟ କହିଥିଲେ ଏବଂ ସ୍ଥାନୀୟ ଇଏସଆଇ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଭେଂଟିଲେଟର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ପ୍ରବାସୀ ଶ୍ରମିକ ମାନଙ୍କୁ ଯେପରି ଲେବର କାର୍ଡ ମିଳିବ ସେଥିପାଇଁ ଡଟାବେସ ପ୍ରସ୍ତୁତ କରିବାକୁ ଉପାଧ୍ୟକ୍ଷ ନିର୍ଦେଶ ଦେଇଥିଲେ । ଏହା ପୂର୍ବରୁ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦାସ ବର୍ମା ଗୁଣୁପୁରରେ ପୂର୍ବାହ୍ନରେ ପହଞ୍ଚି ସେଠାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଥିଲେ ଏବଂ କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଥିଲେ । ମାସ୍କ ବ୍ୟବହାର, ସାମାଜିକ ଦୁରତା ଓ ବାରମ୍ବାର ହାତ ଧୋଇବା ଉପରେ ଗରୁତ୍ୱ ଦେବା ସହ ସାମୁହିକ ସଚେତନ କାର୍ଯ୍ୟକ୍ରମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହା ପରେ ମାନ୍ୟବର ଉପାଧ୍ୟକ୍ଷ ରାମନୁଗୁଡା ବ୍ଲକ ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ରାଜ୍ୟ ଆଦିବାସୀ ହରିଜନ କଲ୍ୟାଣ ଓ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧିର କୁମାର ଦାସ, ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗାମାଙ୍ଗ, ଗୁଣୁପୁର ଉପ ଜିଲ୍ଲାପାଳ ଡକ୍ଟର ସିଦ୍ଧେସ୍ୱର ବଳିରାମ ବନେ୍ଦାର ଗୁଣୁପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ, ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରମତି ଶାନ୍ତି ପ୍ରଭା ପ୍ରଧାନ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Comments (0)
Add Comment