ରାଜ୍ୟ ସରକାରଙ୍କଠୁ ତଥ୍ୟ ନେଲା ସିବିଆଇ

ଭୁବନେଶ୍ୱର : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥ। ସିବିଆଇ ପୁଣିଥରେ ରାଜ୍ୟରେ ସକ୍ରିୟ ହୋଇଛି । ରାଜ୍ୟରୁ ପ୍ରକାଶିତ ହେଉଥିବା ୩ଟି ଦୈନିକ ସମ୍ବାଦପତ୍ର ସମ୍ପର୍କରେ ସିବିଆଇ ଖୋଳତାଡ ଆରମ୍ବ କରିଛି । ତେବେ କେଉଁ କାରଣ ପାଇଁ ସିବିଆଇ ଏଭଳି ଖୋଳତାଡ କରୁଛି, ତାହା ସ୍ପଷ୍ଟ ହୋଇନଥଲେ ବି, ସିବିଆଇ ମାଗିଥିବା ତଥ୍ୟ ରାଜ୍ୟ ସରକାର ଆଜି ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ , ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦେଶକ ବିଶ୍ୱଜିତ୍ ଦାଶ ଆଜି ସିବିଆଇ ଇନ୍ସପେକ୍ଟରଙ୍କୁ ଚିଠି ଲେଖି ଅକ୍ଟୋବର ୨୭ ତାରିଖରେମାଗିଥିବା ତଥ୍ୟ ଦେଇଥିବା ଉଲ୍ଲେଖ କରିଛନ୍ତି । ସିିବିଆଇ ରାଜ୍ୟ ସରକାରଙ୍କୁ ୨୭ ତାରିଖରେ ଚିଠି ଲେଖି ଦସ୍ତାବିଜ୍ ଓ ତଥ୍ୟ ଦେବାକୁ କହିଥିଲା । ଯାହା ଆଧାରରେ ବିଭାଗର ଉପନିର୍ଦେଶକ ଶ୍ରୀ ଦାସ ଭୁବନେଶ୍ୱରସ୍ଥିତ ସିବିଆଇ ଏସପି ଅଫିସକୁ ଚିଠି ଲେଖି ସୂଚନା ଦେଇଛନ୍ତି । ତେବେ ସିବିଆଇ କାହିଁକି ଏହି ନିଦ୍ଧିଷ୍ଟ ୩ଟି ସମ୍ବାଦପତ୍ର ସମ୍ପର୍କରେ ତଥ୍ୟ ମାଗିଥିଲା ତାହା ଜଣାପଡିନି । ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଆନୁଷ୍ଠାନିକ ଭାବେ କିଛି କହିବାକୁ ମନା କରିଦେଇଛନ୍ତି । ସୂଚନା ଯୋଗ୍ୟ, ଚିଟ୍ଫଣ୍ଡ ମାମଲାର ତଦନ୍ତ କରୁଥିବା ସିବିଆଇ ପୂର୍ବରୁ ମଧ୍ୟ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରୁ କେତେକ ଦସ୍ତାବିଜ୍ ନେଇଥିଲା । ଆଜି ପୁଣି ଅନ୍ୟ ସମ୍ବାଦପତ୍ର ସମ୍ପର୍କରେ ସିବିଆଇ ତଥ୍ୟ ଦିଆଯାଇଛି । ତେବେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ କିଭଳି ନିୟମିତ ଭାବେ ସିବିଆଇର ସ୍କାନରରେ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

Comments (0)
Add Comment