ଉମରକୋଟ : ଉମରକୋଟ ଓ ରାଇଘର ସହରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ମରାମତି ଦାବି ନେଇ ଆଜି ବିଜେପି ପକ୍ଷରୁ ବେହେଡା ଠାରେ ଉମରକୋଟ-ରାଇଘର ରାଜ୍ୟ ରାଜପଥକୁ ଅବରୋଧ କରାଯାଇଥିଲା। ଫଳରେ ପ୍ରାୟ ୪ଘଣ୍ଟା ଏହି ରାସ୍ତାରେ ଯାନ ବାହନ ଚଳା ଚଳ ବନ୍ଦ ରହିଥିଲା। ଦୀର୍ଘ ଦିନ ଧରି ଉମରକୋଟ ଠାରୁ ରାଇଘର ଓ ରାଇଘର ଠାରୁ ଛତିଶଗଡ଼କୁ ସଂଯୋଗ କରୁଥିବା କୁନ୍ଦେଇ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ପ୍ରତି ଦିନ ଦୁର୍ଘଟଣା ଘଟି ଅନେକ ନିରୀହ ଲୋକଙ୍କ ଜୀବନ ଯାଉଥିବା ନଜିର ରହିଛି । ସେପଟେ ଭାରତ ମାଳା ପ୍ରକଳ୍ପ କାର୍ଯ୍ୟ ତୀବ୍ର ଗତିରେ ଚାଲିଥିବାବେଳେ ବହୁ ସଂଖ୍ୟାରେ ଅତି ଭାରି ଯାନ ରାଜ୍ୟ ରାଜପଥ ଓ ଗ୍ରାମାଂଚଳର ରାସ୍ତା ଦେଇ ଯାତାୟତ ଫଳରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଅନ୍ୟପଟେ ରାସ୍ତାର ମରାମତି ପାଇଁ ବହୁ ଦିନ ପୂର୍ବରୁ ୪୫ କୋଟି ଟଙ୍କାରେ ଟେଣ୍ଡର ହୋଇ ସାରିଥିଲେ ମଧ୍ୟ ବିଭାଗ ପକ୍ଷରୁ ରାସ୍ତା କାମ ଆରମ୍ଭ କରାଯାଉ ନଥିବା ଅଭିଯୋଗ କରି ବିଜେପି ଆଜି ରାସ୍ତା ରୋକ୍ କରୁଥିବା ପ୍ରକାଶ କରିଛି । ରାସ୍ତା ରୋକ୍ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡି ମୋଟର ଅଟକି ରହିଥିଲା। ଘଟଣା ସ୍ଥଳକୁ ପୂର୍ତ୍ତ ବିଭାଗର ଏସ ଡିଓ ଗୌରାଙ୍ଗ ମାଝୀ, କନିଷ୍ଠ ଯନ୍ତ୍ରୀ ମନୋଜ ସାହୁ ଓ ବିନାୟକ ବେହେରା ପହଞ୍ଚି ବିଧାୟକଙ୍କ ସହ ଆଲୋଚନା କରିଥିଲେ ଏବଂ ଉକ୍ତ ରାସ୍ତା କାମ ପାଇଥିବା ଠିକାଦାରଙ୍କ ସହ ଆଲୋଚନା କରି ୧୫ଦିନ ଭିତରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପୂର୍ତ୍ତ ବିଭାଗ ଏସ ଡି ଓ ଗୌରାଙ୍ଗ ମାଝୀ କହିଥିଲେ ପରେ ରାସ୍ତା ରୋକ ରୁ ସମସ୍ତ ଭାଜପା କର୍ମକର୍ତ୍ତା ହଟିଥିଲେ। ଅନ୍ୟପଟେ ଆଗକୁ ନିର୍ବାଚନ ଥିବାରୁ ଅତି ଶିଘ୍ର ରାସ୍ତା କାମ ଆରମ୍ଭ ନ କଲେ ଆଗକୁ ଆହୁରି ବିଳମ୍ବ ହେବ ବୋଲି କହିବା ସହ ତୁରନ୍ତ ରାସ୍ତା କାମ ଆରମ୍ଭ କରିବାକୁ ଦାବି କରିଛନ୍ତି ଉମରକୋଟ ବିଧାୟକ ଯଦି କାମ ୧୫ ଦିନ ମଧ୍ୟରେ କାମ ଆରମ୍ଭ ନହୁଏ ଆଗାମୀ ଦିନରେ ଏହି ରାସ୍ତାରକ୍ ଆହୁରି ତିବ୍ରରୁ ତିବ୍ରତର କରାଯିବ ବୋଲି ସୂଚନା ମିଳିଛି ।ଏହି ସମୟରେ ସ୍ତାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ରାଜ୍ୟ ସଂମ୍ପାଦକ ରମେଶ ଚନ୍ଦ୍ର ସାହୁ,ଜିଲା ସମ୍ପାଦକ ରାମ ନାୟକ,ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ବେହେଡା ମଣ୍ଡଳ ସଭାପତି ଧନୁର୍ଯୟ ପରଜା,ବୁର୍ଜା ମଣ୍ଡଳ ସଭାପତି ଭୋଜନାଥ ଗଣ୍ଡ,ହର ପ୍ରସାଦ ପାଣିଗ୍ରାହୀ,ଜିଲା ଯୁବମେର୍ଚା ଉପ ସଭାପତି ସତ୍ୟ ବେହେରା,ମିଲୁା ପଣ୍ଡା ବାବୁ ଶର୍ମା,ସନ୍ତୋଷ ନାୟକ,ଯୁବ ମୋର୍ଚା ସଭାପତି ବାଦଲ ପଟ୍ଟନାୟକ,ରମେଶ ଦାସ,ଦୁକାଲୁ ମେହର,ରାମ ଗଣ୍ଡ,ଦିନେଶ ବିଶ୍ବାସ ସହ ବେହେଡା ମଣ୍ଡଳର ବହୁ ଲୋକ ଏଥିରେ ସହଯୋଗ କରିଥିଲେ ।