ରାୟଗଡା: କରୋନା ମହାମାରୀ ସମୟରେ ରାୟଗଡ ଜିଲ୍ଲାରେ ବେଆଇନ ଚୋରା ମଦ କାରବାରକୁ ରୋକିବା ପାଇଁ ରାୟକଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଳ୍ଲା ଅବକାରୀ ବିଭାଗକୂୁ ଏଦିଗରେ କଡା କାର୍ଯ୍ୟାନୁଷ୍ଠାର ଗ୍ରହଣ କରିବାକୁ ନିର୍ଦ୍ଦେଶ ଫଳରେ ଜିଳ୍ଲା ଅବକାରୀ ଅଧ୍ୟକ୍ଷକ ଦଣ୍ଡପାଣୀ ବେହେରାଙ୍କ ଆଦେଶ କ୍ରମେ ଜିଳ୍ଲାର ବିଭିନ୍ନ ଅବକାରୀ ଥାନା ଅଂଚଳରେ ବିଭାଗୀୟ ଅଧିକାରୀମାନେ ସଦଳବଳ ନେଇ ଗତ ୧.୮.୨୦ରିଖ ଠାରୁ ଆଜି ତା୨୯.୮.୨୦ ରିଖ ପର୍ଯ୍ୟନ୍ତ ବ୍ୟାପକ ଚଢାଉ କରି ବିପୁଳ ପରିମାଣରେ ଦେଣୀ ରନ୍ଧାମଦ, ମହୁଲ ପୋଚ, ସଲପ ତାଡି ସହ ମଦ ରନ୍ଧା ସାମଗୀ୍ର ଜବତ ଓ ନଷ୍ଟ କରିଥିବା ବେଳେ ଜତଲ୍ଲାରେ ଚୋରାମଦ କାରବାରକୁ ରୋକିବା ନିମନ୍ତେ ପ୍ରୟାସ ଜାରିରଖିଛନ୍ତି ।
ଗତ ୨୭.୮.୨୦ରିଖ ଦିନ ଗୁଣୁପୁର ଅବକାରୀ ଦଳ ପୁରୁଣା ଗୁଣୁପୁରରେ ଅବକାରୀ ଉପ ନିରୀକ୍ଷକ ଓ ଦଳବଳ କରି ୯୦୦ଲିଟର ପୋଚ୍ଚ ଜବତ କରି ନଷ୍ଟ କରିବା ସହ ଗେଟିଏ କେସ ରୁଜୁ କରିଛନ୍ତିି । ସେହିପରି ଗତ ୨୮.୮.୨୦ରିଖ ଦିନ ଗୁଣୁପୁର ଥାନା ଅନ୍ତର୍ଗତ ନାଣ୍ଡିଗୁଡା ଗ୍ରାମରେ ଚଢଉ କରି ୩୬୦୦ ଲିଟର ମହୁଲ ପୋଚ୍ଚ ସାଙ୍ଗକୁ ୨୮୦ ଲିଟର ଦେଶୀ ମଦ ଜବତ କରିଥିଲେ । ସେହିପରି ଆଜି ତା ୨୯.୮.୨୦ରିଖ ଦିନ ବିଷମ କଟକ ଥାନା ଅନ୍ତର୍ଗତ ଥୁଆପଦର ଗ୍ରାମରୁ ୭ଲିଟର ଦେଣୀ ମଦ ଜବତ କରି ଗୋଟିଏ କେସରୁଜୁ କରିଥିଲେ ଓ ଜଗଦୀଶ ବେହେରା ନାମକ ଏକ ବ୍ୟକ୍ତିକୁ ଗିରଫ କରିଛନ୍ତି । ସେହିରି ରାୟଗଡ ଅବକାରୀ ଉପନିରୀକ୍ଷକ ଓ ଦଳବଳ ରାୟଗଡ ଥାନା ଅନ୍ତର୍ଗତ ତାଡମା ଛକରେ ଚଢଉ କରି ୪୦ଲିଟର ଦେଶୀ ମଦ ସହ ରାଜୀବ ସାମଲ ନାମକ ଏକ ବ୍ୟକ୍ତିକୁ ଗିର କରିବା ସହ ଗୋଟଏ ମଟର ସଇକେଲ ଜବତ କରିଥିଲେ । ସେହିବରି ଗୁଡାରୀ ଅବକାରୀ ଉପନିରୀକ୍ଷକ ତାଙ୍କ ଦଳବଳ ସହ ରାଶିଗୁମା ଗ୍ରାମରେ ଚଢାଉ କରି ୮୮୦ ଳିଟର ପୋଚ୍ଚ ଓ ୨୦ ଲିଟର ମଦ ଜବତ କରିଥିଲେ ।
ସେହିପରି ସୁନାପାଲି ଗ୍ରାମରେ ଚଢାଉ କରାଯିବା ସହ ୯୦୦ଲିଟର ପୋଚ୍ଚ ଓ ୨୫୦ ଲିଟର ମଦ ଜବତ କରି ନଷ୍ଟ କରିଥିଲେ । ସେହିପରି ପଦ୍ମପୁର ବ୍ଲକର ହରଲାଗୁଡା ଗ୍ରାମରେ ଚଡାଉ କରି ୬୫୦ ଲିଟର ପୋଚ୍ଚ ସହ ରନ୍ଧା ସାମଗୀ୍ର ଜବତ କରି ନଷ୍ଟ କରିଥିଲେ । ଜିଲ୍ଲା ଅବକାରୀ ବିଭାଗ ଚଳିତ ମାସ ୧ତାରିଖରୁ ଆଜ ତା ୨୯.୮.୨୦ ରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଚଡାଉ କରି ୪୦୫୪୫ ଲିଟର ପୋଚ୍ଚ ଓ ୨୫୧୬ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରାଯରିଥିବା ବେଳେ ଦୁଇଟି ମଟର ସାଇକେଲ ଓ ପ୍ରାୟ ୫୦ଟି ଅବକାରୀ କେସ ରୁଜୁ କରାଯାଇ ୧୩ଜଣଙ୍କୁ ଗିରଫ କରାଯାଇଛି ବୋଲି ଜିଲ୍ଲା ଅବକାରୀ ଅଧିକାରୀ ଶ୍ରୀ ଦଣ୍ଡପାଣୀ ବେହେରା ପ୍ରକାଶ କରିଛନ୍ତି ।