ରାୟଗଡା: ରାୟଗଡା ଜିଲ୍ଲାରେ କୋରନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଆଜି ଦିନକରେ ୧୦୫ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ୬ ହଜାର ମୁହାଁ ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଜିଲ୍ଲାରୁ ୧୦୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ପୁରୁଷ ଏବଂ ୫୨ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୪୦ ଜଣ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ଗୃହ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି । ଏଥି ସହ ୧୫ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ରାମନାଗୁଡାରୁ ୨୮, କାଶିପୁରରୁ ୨୨, ରାୟଗଡା ଗ୍ରାମାଂଚଳରୁ ୧୫, ବିଷମକଟକରୁ ୧୦, ରାୟଗଡା ପୌରାଚଂଳରୁ ୯, ଗୁଡାରୀ ଏବଂ ମୁନିଗୁଡାରୁ ୮, ପଦ୍ମପୁରରୁ ୩ ଏବଂ ଗୁଣପୁର ପୌରାଚଂଳରୁ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୧୩ ରେ ପହଂଚିଥିବା ଥିବା ବେଳେ ୫୦୯୦ ଜଣ ସୁସ୍ଥ ହୋଇଛନ୍ତି । ୭୯୧ ଜଣ ଘରୋଇ ସଙ୍ଗରୋଧ ଏବଂ କୋଭିଡ ସେଂଟରରେ ଟିକିତ୍ସିତ ଅଛନ୍ତି । ୬୨୭ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୪୯୭ ସୁସ୍ଥ ହୋଇଛନ୍ତି ଏବଂ ୧୩୦ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । କରୋନା ସଂକ୍ରମଣର ଶୀକାର ହୋଇ ଜିଲ୍ଲାରୁ ୩୨ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।